ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ, ପ୍ରଚୁର ରକ୍ତସ୍ରାବ ଦେଖି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ
 

Mentally retarded woman raped by a driver in Nayagarh
ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛ। ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ଖବର ଅନୁଯାୟୀ, ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରିବା ସହ ସହ ଛୁରି ମାରିଥିବା ଜଣାପଡ଼ିଛି। ସକାଳୁ ସକାଳୁ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି। ଖବର ପାଇ ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। 

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି। ‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story