World Odia Language Conferene

ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ମୃତଦେହ ଉଦ୍ଧାର !, କାହିଁକି ଏପରି କଲା ଜାହଲାଦ ସ୍ୱାମୀ, ପୋଲିସର ତନାଘନା...

man killed wife and daughter before taking his life

ଓଡ଼ିଆ ଗସିପ ବ୍ୟୁରୋ: ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରେ । ଗୋଟିଏ ଘରୁ ମିଳିଛି ସ୍ୱାମୀ, ସ୍ତ୍ରୀ ଏବଂ ଛୁଆର ମୃତଦେହ ।

ସ୍ୱାମୀ ଲିଙ୍ଗା ବିଷୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫାରୁ ସ୍ତ୍ରୀଙ୍କ ମୃତଦେହ ମିଳିଛି । ଛୋଟ ଛୁଆର ମରଶରୀର ସୋଫା ତଳେ ପଡ଼ି ରହିଛି । ଏଭଳି କିଛି ଛାତି ଥରିଲା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ : IND vs AUS: ଦିଲ୍ଲୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ହେବାକୁ ଯାଉଛି ବଡ ପରିବର୍ତ୍ତନ, ରୋହିତ ଦେବେ ଏହି ଖେଳାଳିଙ୍କୁ ସୁଯୋଗ

ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପତ୍ନୀ ଓ ଝିଅକୁ ଅତି ନିର୍ମମ ଭାବେ ସ୍ୱାମୀ ଲିଙ୍ଗରାଜ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ସୂଚନା ମୁତାବକ, ତୋୟାପୁଟ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଲିଙ୍ଗରାଜ ବିଶୋୟୀ ମୋବାଇଲ ଦୋକାନ କରିଥିଲେ । ହେଲେ କିଛି ଦିନ ହେଲା ଅର୍ଥ ଅଭାବ ଯୋଗୁ ଭୀଷଣ ମାନସିକ ଚାପରେ ରହିଥିଲେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ମଧ୍ୟ ଅନେକ ଥର ପାଟିତୁଣ୍ଡ ହୋଇଥିଲା ।

ଏହାପରେ ଗତକାଲି ରାତି ପ୍ରାୟ ୭ଟାରେ ଗୋଟିଏ ବଖରାରେ ଲିଙ୍ଗରାଜ, ପତ୍ନୀ ଜ୍ୟୋତ୍ସ୍ନା ଏବଂ ଦୁଇ ବର୍ଷର ଝିଅ ଇଷାଙ୍କ ଶବ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ କେହି ଲକ୍ଷ୍ମୀପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ ଘଟଣାସ୍ଥଳରେ ପହଂଚିଥିଲେ ।

ଅଧିକ ପଢ଼ନ୍ତୁ : ଚକା ଫାଟି ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ...

ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ । କେଉଁ କାରଣ ରୁ ଲିଙ୍ଗରାଜ ଏଭଳି ଜଘନ୍ୟ ଘଟଣା ଘଟାଇଲେ, କେହି ସ୍ପଷ୍ଟ ରୂପେ କହିପାରୁନାହାନ୍ତି । ତଦନ୍ତ ଜାରି ରହିଛି ।

ସେପଟେ କରଞ୍ଜିଆରେ କେନାଲକୁ ଖସି ପଡ଼ି ୩ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ହାତୀବାରି ନିକଟ ଦେଓ କେନାଲକୁ ଖସି ପଡ଼ିଥିଲା ବାଇକ୍ । ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଜଣଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

Share this story