ବାତ୍ୟା ଆଶ୍ରୟସ୍ଥଳୀରେ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

Man gets 20 yr rigorous imprisonment for raping a minor girl
ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଓଡ଼ିଆ ଗସିପ୍ ବ୍ୟୁରୋ: ନୟାଗଡ଼ ପକ୍‌ସୋ ଅଦାଲତ ବିଚାରପତି ନିରଞ୍ଜନ ପଣ୍ଡା ଆଜି ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଚାନ୍ଦପୁର ଥାନା ଅଞ୍ଚଳର ପ୍ରଶାନ୍ତ ପଲେଇ । ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଆଦେଶ ରହିଥିବା ବେଳେ, ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଏହା ସହ ପିଡିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଡିଏଲଏସକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ମସିହା ଜୁନ ୨୭ ତାରିଖ ଦିନ ମୁଦଲା ପ୍ରଶାନ୍ତ ପଲେଇ ପୀଡିତାଙ୍କୁ ରାଇପଡାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହାକୁ ନେଇ ପିଡିତାର ମା’ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ପୁଲିସ ଏକ ମାମଲା ରୁଜୁ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା । ସାକ୍ଷୀ, ଡାକ୍ତରୀ ପରୀକ୍ଷା ରିର୍ପୋଟ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି ରାୟ ପ୍ରକାଶ ପାଇଛି । ଉପରୋକ୍ତ ମାମଲାକୁ ସ୍ୱତନ୍ତ୍ର ଆଇନଜୀବି ଦାଶରଥି ସାହୁ ପରିଚଳନା କରୁଥିଲେ ।

Share this story