ପୁତୁରାର ସତ୍କାର କରୁଥିବା ବେଳେ ବଡ଼ ବାପାଙ୍କ ଚାଲିଗଲା ଜୀବନ, ଘରେ ଶୋକର ଛାୟା
ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ ଏମିତି ବି ଆସେ । ପୁତୁରାର ଶବ ସତ୍କାର କରିବାବେଳେ ବଡବାପା ଟଳିପଡିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ପୁତୁରାର ସତ୍କାର କରୁଥିବା ବେଳେ ଦୁଃଖରେ ମ୍ରିୟମାଣ ହୋଇ ମୃତ୍ୟୁକୁ ବଡ଼ ବାପା ଆଦରି ନେଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!
ଗତ ୧୫ ତାରିଖରେ କୋରାପୁଟ – ଜୟପୁର ମଧ୍ୟରେ ଜରଟି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣରୁ ରୁଦ୍ରଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରେ ଜିଆରପି ପକ୍ଷରୁ ଏକ କେଶ ୧୬/୨୩ରୁଜୁ କରି ତଦନ୍ତ ଜାରି ରହିଥିଲା । ପରେ ରୁଦ୍ର ପାଖରେ ଥିବା ମନି ପର୍ସରେ ଥିବା ଏଟିଏମ ରୁ ରୁଦ୍ର ପ୍ରସାଦ ମହାନ୍ତି ବୋଲି ଚିହ୍ନଟ କରାଯାଇଥିଲା ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ରୁଦ୍ରଙ୍କ ଘର ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁରେ । ସେ କୋରାପୁଟରେ ନିଜ ପିଉସୀ ମା ଘରେ ରହି ବିଏସସି ପଢୁଥିଲେ । କେଉଁ କାରଣରୁ ରୁଦ୍ରର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ଥିବା ବେଳେ ଗତ କାଲି ପୁଅ ରୁଦ୍ରର ମୃତ ଖବର ପାଇ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଗାଡ଼ିରେ ରୁଦ୍ରର ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଆଣି ଶବ ସତ୍କାର କରୁଥିଲେ ।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD
ତେବେ ରୁଦ୍ର ପିଲାଟି ବେଳୁ ସମସ୍ତଙ୍କ ଗେହ୍ଲା ଥିଲେ । ବିଶେଷ କରି ରୁଦ୍ରଙ୍କ ବଡ଼ ବାପା ତାଙ୍କୁ ବେଶ ଭଲ ପାଉଥିଲେ । ଅନ୍ୟପଟେ ପୁତୁରା ରୁଦ୍ରର ଶବ ସତ୍କାର ଚାଲିଥିବା ବେଳେ ପୁଅଠାରୁ ବଳି ପୁତୁରା ରୁଦ୍ରକୁ ଭଲ ପାଉଥିବା ବଡବାପା ତ୍ରୈଲୋକ୍ୟ ମହାନ୍ତି ସେହିଠାରେ ଟଳି ପଡିଲେ । ପରେ ପୁରୀ ଜିଲ୍ଲା ହସ୍ପିଟାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏ ଖବର ପାଇବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶବ ସତ୍କାର କରିବାକୁ ଯାଇଥିବା ରୁଦ୍ରର ବଡ଼ ବାପା ନିଜେ ଗାଁକୁ ଶବ ହୋଇ ଫେରିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ: ଅବିବାହିତଙ୍କ ବିବାହ ସ୍ଥିର ହେବା ସହ ଏହି ରାଶି ଲୋକଙ୍କ ରହିଛି ଅଜଥା ଅର୍ଥ ହାନି ଯୋଗ, ପଢନ୍ତୁ ଆଜିର ରାଶିଫଳ