ନିଜ ପ୍ରେମିକା ସହ ହେଉଥିଲେ ଫେରାର, ଉଭୟଙ୍କୁ ଧରି ଖୁଣ୍ଟିରେ ବାନ୍ଧି ନିର୍ଧୂମ ଛେଚିଲା ମହିଳାଙ୍କ ସ୍ବାମୀ

Man catches wife with lover in Bolangir
ପ୍ରେମିକା ସହ ହେଉଥିଲେ ଫେରାର, ସ୍ତ୍ରୀକୁ ଧରି ନିର୍ଧୂମ ଛେଚିଲା ସ୍ବାମୀ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଜଣେ ବିବାହିତା ମହିଳା ନିଜ ପ୍ରେମିକା ସହ ଫେରାର ହେଉ ଥିଲେ। ହେଲେ ଫେରାରା ସମୟରେ ସ୍ବାମୀ ହାତରେ ଧରାପଡି ନିର୍ଧୂମ ଛେଚାଖାଇବା ସହ ଉଭୟଙ୍କୁ ଏକ ଖୁଣ୍ଟିରେ ବନ୍ଧି ଦେଇଥିଲା ସ୍ବାମୀ। ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଡ଼ୁମେର ମୁଣ୍ଡା ଗାଁରେ।

ଅଧିକ ପଢନ୍ତୁ : ମୀନ ରାଶିରେ ଶୁକ୍ର- ରାହୁ ଓ କେତୁ, ୩ ଗ୍ରହଙ୍କ ମିଳନ ଯୋଗୁଁ ରାଜଯୋଗ ସୃଷ୍ଟି, ଧନବାନ୍ ହେବେ ଏହି ୩ ରାଶି

ସୂଚନା ଅନୁଯାୟୀ, ଗତ କିଛି ମାସ ପୂର୍ବରୁ ଯଶୋବନ୍ତ ରଣାଙ୍କ ବିବାହ ହୋଇଥିଲା। ତାଙ୍କ ସ୍ତ୍ରୀ ସେ ବିବାହରେ ରାଜି ନ ଥିଲେ। ହେଲେ ତାଙ୍କୁ ପରିବାରଲୋକେ ଜବରଦସ୍ତି ବିବାହ କରିବାକୁ ବାଧ୍ୟ କରିଥିଲେ। ଯାହାଫଳରେ ସେ ତାର ପ୍ରେମିକଙ୍କ ସହ ଶୁକ୍ରବାର ସକାଳେ ଫେରାର ମାରୁଥିବାବେଳେ ଚାନ୍ଦୋତାର ଛକରେ ତାଙ୍କ ସ୍ବାମୀ ଧରି ପକାଇଥିଲେ। 

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ପରେ ପ୍ରେମିକ ଓ ତାଙ୍କ ସ୍ତ୍ରୀଙ୍କୁ ଗାଁକୁ ଆଣି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ମାଡ ମାରିବା ସହ ଚପଲ ମାଳା ପିନ୍ଧାଇଥିଲେ। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରରେ ତୁରେକେଲା ପୁଲିସ ପହଞ୍ଚି ଦୁଇ ପ୍ରେମିକଙ୍କୁ ଉଦ୍ଧାର କରି ତୁରେକେଲା ଥାନାରେ ଅଟକ ରଖିବା ସହ ଘଟଣାକ ଅଧିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଏହି ରାଶି ବ୍ୟକ୍ତିଙ୍କ ଚାକିରିରେ ନୂଆ ସୁଯୋଗ ଜୁଟିବ! ପଢନ୍ତୁ ଆଜିର ରାଶିଫଳ 
 

Share this story