ଚୋରା ପୀରତିରୁ କରୁଣ ପରିଣତି ; ପ୍ରେମିକାର ରକ୍ତରେ ହୋଲି ଖେଳିଲା ପ୍ରେମିକ

lover kills girlfriend on Holi Day

ଓଡ଼ିଆ ଗସିପ ବ୍ୟୁରୋ : ଚୋରା ପୀରତିର ପରିଣତି ଭୟଙ୍କର ହେଲା । ସଦେଇପାଲି ଗାଁର ଦାସ ବାଗର ଡ୍ରାଇଭର ଭାବେ କାମ କରୁଥିବା ବେଳେ ପୂର୍ବରୁ ବିବାହିତ । ହେଲେ ତାଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଦାସ ବାଗର ବିବାହିତ ଜାଣି ମଧ୍ୟ ଉଭୟଙ୍କ ସମ୍ପର୍କ ଖୁବ୍‌ ଆଗକୁ ବଢ଼ି ଯାଇଥିଲା । ଗତ ରାତିରେ କନ୍ଧପାଳି ପଡା ପୋଖରୀ ନିକଟରେ ଦୁହେଁ ଲୁଚାଛପାରେ ଭେଟ କରିଥିଲେ ।

ଆହୁରି ପଢ଼ନ୍ତୁ : ଭଲ ପାଉଥିବା ମଣିଷଟି ତୁମଠାରୁ ଦୂରେଇବାକୁ ଚାହୁଁଛି ଏକଥା ଜାଣିବେ କେମିତି ? ପଢ଼ନ୍ତୁ ଏହି ୫ଟି ଟିପ୍ସ...

ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ କଥା ଉଗ୍ର ରୂପ ନେଇଥିଲା । ଦାସ ବାଗର ନିଜ ପାଖରେ ଥିବା ଏକ ଛୋଟ ଛୁରୀରେ ପ୍ରେମିକାଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ ।

ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Share this story

World Odia Language Conferene