Puri Ratna Bhandar: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା, ଓଜନ ହେବ, ମୂଲ୍ୟାୟନ ହେବନାହିଁ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ । ମେଳକ ସହ ଏହା ଓଜନ କରାଯିବ । ଅଳଙ୍କାରର ନାମ ଜେମୋଲୋଜିଷ୍ଟ ଚିହ୍ନଟ କରିବେ। ମାତ୍ର ଏହାର ମୂଲ୍ୟାୟନ ହେବ ନାହିଁ। ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ ।
ଅଳଙ୍କାରର ଡିଜିଟାଲ୍ ଫଟୋଗ୍ରାଫି କରାଯିବ । ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ । ରତ୍ନ ଅଳଙ୍କାର ଗଣତିମଣତି ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କାର୍ଯ୍ୟକୁ ସମର୍ପି ଦେଇଛୁ ବୋଲି କହିଛନ୍ତି ମନ୍ତ୍ରୀ । ସେ ନିଜେ ହିଁ ନିଜର କାର୍ଯ୍ୟ କରାଇବେ । ଆପଣଙ୍କୁ ଜଣଇଦେଉଛୁ ଯେ, ୨୫ ତାରିଖରେ ଆରମ୍ଭ ହେବ ଗଣତି ।
ମଧ୍ୟାହ୍ନ ୧୨ଟା ୯ ମିନିଟ୍ରୁ ୧ଟା ୪୫ ମଧ୍ୟରେ ମାହେନ୍ଦ୍ର ବେଳା ରହିଛି। ତେବେ ଗଣତି ମଣତି ପ୍ରକ୍ରିୟା କେବେ ଶେଷ ହେବ, ତାହା କହିହେବ ନାହିଁ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ ହୋଇଛି।
ରତ୍ନ ଅଳଙ୍କାର ଚିହ୍ନିବା ପାଇଁ ୨ ଜଣ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ସମସ୍ତ ଅଳଙ୍କାରର ନାମ ସିନ୍ଦୁକରେ ସ୍ପଷ୍ଟ ଭାବେ ଲେଖାଯିବ। ଡିଜିଟାଲ୍ ଫଟୋଗ୍ରାଫି ସହ ତାଲିକା କରି ତଥ୍ୟ ରଖାଯିବ ବୋଲି ସେ କହିଛନ୍ତି। ୧୯୭୮ ମସିହାରେ ଗଣତିମଣତି ପାଇଁ ୭୨ ଦିନ ସମୟ ଲାଗିଥିଲା। ଏହାର ତାଲିକା
.png)
