ମହେଶ୍ୱରଙ୍କୁ ଖୋଜୁଛି ପୋଷା କୁକୁର ମାକ୍ସ, ମାଲିକଙ୍କୁ ଝୁରି ଝୁରି ଛାଡ଼ି ଦେଇଛି ଖିଆପିଆ
 

Late Maheswar Mohantys pet dog has not eaten for 3 days since his demise
ମାଲିକଙ୍କୁ ଝୁରି ଝୁରି ଛାଡ଼ି ଦେଇଛି ଖିଆପିଆ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ମହେଶ୍ୱରଙ୍କୁ ଝୁରୁଛି କୁମୁଟିସାହିର ବିଷ୍ଣୁପ୍ରୀୟା ଭବନ। ରାତି ପାହିଲେ ଯେଉଁଠି ଲୋକଙ୍କ ଗହଳି ଲାଗୁଥିଲା ତାହା ଆଜି ସମ୍ପୂର୍ଣ୍ଣ ଖାଁଖାଁ। 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଥିଲା, ଏମିତିକି ଘରେ କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ବିଷାଦର ଛାୟା ମନରେ କୋହ ଆଖିରେ ଆଖିଏ ଅଶୃ। ସେପଟେ ଖାଲି ପଡିଛି ମହିଆ ଭାଇଙ୍କ ଦରବାର ଚେୟାର। ଆଉ ମୁରବୀ ଶୂନ୍ୟ ହୋଇଗଲା ବିଷ୍ଣୁପ୍ରୀୟା ଭବନ ଓ ଶ୍ରୀକ୍ଷେତ୍ର। 

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

ଦୁଇ ଦଶନ୍ଧିର ଅପରାଜୟ ନେତା ମହେଶ୍ୱର ମହାନ୍ତି। ପ୍ରତିଦିନ ଘରେ ବସୁଥିଲା ମହେଶ୍ୱରଙ୍କ ଦରବାର। ଆଉ ମହିଆ ଭାଇଙ୍କୁ ଗୁହାରୀ କରିବାକୁ ଆସୁଥିଲେ ଶହଶହ ଲୋକେ। ହେଲେ ଦେହାନ୍ତ ପରେ ସବୁକିଛି ନିସ୍ତବ୍ଧ। ପୋଷା କୁକୁର ମ୍ଯାକ୍ସ ଠାରୁ ଆରମ୍ଭ କରି ଘରେ କାର୍ଯ୍ୟ କରୁଥିବା କର୍ମଚାରୀ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ଅସୁସ୍ଥତା ଦିନଠାରୁ ଆଜି ପର୍ଯ୍ୟନ୍ତ କାହାରି ପେଟରେ ପଡିନାହିଁ ଦାନା। ପ୍ରତିଦିନ ସକାଳୁ ମହେଶ୍ୱରଙ୍କ ପୋଷା କୁକୁର ମ୍ଯାକ୍ସ ତାଙ୍କ ସହିତ ଖେଳିବା ପରେ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାଏ। ହେଲେ ଆଜି ବି ଝୁରୁଛି ମାଲିକଙ୍କୁ। ଆଖିରୁ ଗଡାଉଛି ଲୁହ। ଖାଲି ସେ ଏକୁଟିଆ ନୁହେଁ ମହେଶ୍ୱରଙ୍କ ଘରେ କାମ କରୁଥିବା ତିନିଜଣ କର୍ମଚାରୀ ଏବେବି ବାବୁଙ୍କୁ ଝୁରୁଛନ୍ତି। 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

Share this story