ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ

KIIT Founder Achyuta Samanta attends Ganesh Puja celebration at Ambanis residence in Mumbai

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୧୫।୯): ମହାରାଷ୍ଟ୍ର ବିଶେଷ କରି ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମ୍‍ଧାମରେ ଆୟୋଜନ କରାଯାଇଥାଏ। ବିଶେଷକରି ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା।

ଓଡ଼ିଶାରୁ ଏହି ସମାରୋହରେ ଯୋଗଦେବା ପାଇଁ ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷାକରି ଗତକାଲି ଗଣେଶ ଚତୁର୍ଥୀ ଦିନ ଶ୍ରୀ ସାମନ୍ତ ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ଘରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ସେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ସାମନ୍ତ ମିଶିଥିଲେ। ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ଶ୍ରୀ ସାମନ୍ତଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ସର୍ବସମ୍ମୁଖରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ଓ ସମସ୍ତଙ୍କ ସହ ପରିଚୟ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ତାରକା ଓ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ଯୋଗଦେଇଥିଲେ।

Share this story