କେନ୍ଦୁଝରରେ କାଳବୈଶାଖୀ ବିଭୀଷିକା: ଟେଣ୍ଟ ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

Kalabaisakhi storm hits Keonjhar three people killed one seriously injured after being crushed under tent

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୂର ଅଞ୍ଚଳରେ ଏହି ପ୍ରଳୟଙ୍କରୀ ଝଡ଼ବର୍ଷା ଏକ ବଡ଼ ଅଘଟଣ ଘଟାଇଛି । ଝଡ଼ ପବନ ଯୋଗୁଁ ଏକ ବିରାଟ ଟେଣ୍ଟ ଭାଙ୍ଗି ପଡ଼ିବାରୁ ତା’ ତଳେ ଚାପି ହୋଇ ୩ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।

ନରଣପୂରରେ ଏକ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ଟେଣ୍ଟ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଅପରାହ୍ନରେ ହଠାତ୍‌ ଆକାଶ ମେଘାଚ୍ଛନ୍ନ ହେବା ସହ ପ୍ରବଳ ବେଗରେ ପବନ ଓ ଗର୍ଜନ ସହ ବର୍ଷା ଆରମ୍ଭ ହୋଇଥିଲା । ଝଡ଼ବର୍ଷାରୁ ବଞ୍ଚିବା ପାଇଁ କିଛି ଲୋକ ସେହି ଟେଣ୍ଟ ତଳେ ଲୁଚି ଯାଇଥିଲେ । କିନ୍ତୁ ପବନର ବେଗ ଏତେ ଅଧିକ ଥିଲା ଯେ, ଟେଣ୍ଟର ଭାରୀ ଲୁହା ପାଇପ ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ସେମାନଙ୍କ ଉପରେ ହିଁ ଭୁଶୁଡ଼ି ପଡ଼ିଥିଲା ।

ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଇବୋଲା ଭାଇରସକୁ ନେଇ କେନ୍ଦ୍ର ସରକାର ଆଲର୍ଟ: ଜାରି ହେଲା ଗାଇଡଲାଇନ, ଲକ୍ଷଣ ଦେଖାଗଲେ...

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଦୌଡ଼ିଆସି ଲୋକଙ୍କୁ ଟେଣ୍ଟ ତଳୁ ବାହାର କରିଥିଲେ। ହେଲେ ସେତେବେଳକୁ ଭାରୀ ଲୁହା ଫ୍ରେମ ଚାପରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା ।  ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ରହିଛି । ତାଙ୍କୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

Share this story