ପୁଣି ରେଳ ଦୁର୍ଘଟଣା, ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ
 

Jharsuguda Sambalpur Memu Train Derialed In Sambalpur
ପୁଣି ରେଳ ଦୁର୍ଘଟଣା

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ରେଳ ଦୁର୍ଘଟଣା । ସମ୍ବଲପୁରରେ ପୁଣି ରେଳ ଦୁର୍ଘଟଣା ଘଟିିଛି। ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ବୁଧବାର ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହୋଇଛି। ସମ୍ବଲପୁର – ସରଲା ଷ୍ଟେସନ ମଧ୍ୟରେ ଏହି ଲାଇନ ଚ୍ୟୁତ ହୋଇଛି। 

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

ଏକ ଗାଈକୁ ଧକ୍କା ଦେଇ ମେମୁ ଟ୍ରେନ୍‌ ଟ୍ରାକ୍‌ରୁ ଖସିପଡ଼ିଛି। ସମ୍ବଲପୁର ସିଟି ଷ୍ଟେସନ୍‌ ପୂର୍ବରୁ ସରଲା ଷ୍ଟେସନ ପାଖରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଫଳରେ ସମ୍ବଲପୁର-ଝାରସୁଗୁଡ଼ା ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ଟ୍ରେନ୍‌ ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story