କେରଳରେ ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା; କୋଚିରେ ସ୍ଥିତି ଅସମ୍ଭାଳ

କେରଳରେ ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା; କୋଚିରେ ସ୍ଥିତି ଅସମ୍ଭାଳ

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁଜରାଟ ମୁହାଁ ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଏହାର ପ୍ରଭାବ କେରଳ ଉପରେ ଅଧିକ ପଡ଼ିଛି ।

ଆଜି ସକାଳୁ ସକାଳୁ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇସାରିଲାଣି । କୋଚି, କୋଟାୟାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଗକୁ ବି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି ।


ସେପଟେ ଆରବ ସାଗର ପଟୁ ଆସୁଥିବା ଝଡ଼ ଯୋଗୁଁ କେରଳର 5ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଏହାର ପ୍ରଭାବ ଆଗାମୀ କିଛି ଦିନ ଯାଏ ରହିବ ।

ଏହି ପାଞ୍ଚ ଜିଲ୍ଲା ହେଉଛି  ଥିରୁଅନନ୍ତପୁରମ, କୋଲାମ, ଆଲାପୁଝ, ଏର୍ଣ୍ଣାକୁଲମ । ଏସବୁ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

Share this story