ବାଲେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ : ମହିଳାଙ୍କୁ ଖଣ୍ଡଖଣ୍ଡ କରି ବସ୍ତାରେ ରଖିଥିଲେ ଶଶୁର ଘର ଲୋକେ

Inlaws cut into pieces to daughter in law

ଓଡ଼ିଆ ଗସିପ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ ତଥା ବସ୍ତା ଥାନା ଅନ୍ତର୍ଗତ ହଲଦୀପଦା ପଞ୍ଚାୟତର ପାଳିସିଆ ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶଶୁର ଘରର ଲୋକେ ଖଣ୍ଡଖଣ୍ଡ କରି ହାଣିବା ପରେ ମାଂସଖଣ୍ଡକୁ ବସ୍ତାରେ ପୂରାଇ ଘର ନିକଟରେ ରଖିଥିଲେ ।

ଗ୍ରାମବାସୀଙ୍କଠାରୁ ଖବର ପାଇ ମୃତ ମହିଳାଙ୍କ ବାପଘର ଲୋକେ ଆସି ହତ୍ୟା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତାରେ ରଖା ଯାଇଥିବା ଖଣ୍ଡ ବିଖଣ୍ଡିତ ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତ ମୁରୁଡ଼ା ଗ୍ରାମର ରଘୁନାଥ ଦାସଙ୍କ ଝିଅ ମାମା ଓରଫ ମଧୁସ୍ମିତା ଦାସ (୨୭)ଙ୍କ ସହିତ ପାଳିସିଆ ଗ୍ରାମର କଟିବୁଢ଼ା ଦାସଙ୍କ ପୁଅ ପୁପୁନ ଓରଫ ସାଦିଆ ଦାସଙ୍କର ୭ବର୍ଷ ତଳେ ବିବାହ ହେଇଥିଲା । ପୁପୁନ ଔରସରୁ ମାମାଙ୍କର ଜଣେ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ରହିଛି ।

ତେବେ ପୁପୁନ ଓ ତାଙ୍କ ପରିବାର ଲୋକେ ମାମାକୁ ପ୍ରାୟ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ତେବେ ଗତ ଶୁକ୍ରବାର ଦିନଠାରୁ ମାମାଙ୍କୁ ପଡୋଶୀ ଲୋକେ ଦେଖିବାକୁ ନ ପାଇବାରୁ ସନ୍ଦେହରେ ମାମାଙ୍କର ବାପଘର ଲୋକଙ୍କୁ ଶନିବାର ଅପରାହ୍ନରେ ଖବର ଦେଇଥିଲେ ।

ବାପଘର ଲୋକେ ମାମାଙ୍କ ଶଶୁର ଘରେ ପହଞ୍ଚି ଘରେ କେହି ନ ଥିବା ଦେଖିଥିଲେ । ବାରଣ୍ଡାରେ ଥୁଆ ହେଇଥିବା କାର ନିକଟରେ ଏକ ଜରି ବସ୍ତାରେ ଭର୍ତ୍ତି ହୋଇ କିଛି ରଖାଯାଇଥିବାର ଦେଖି, ଝିଅ ବାପଘର ଲୋକେ ବସ୍ତାର ମୁହଁ ଖୋଲିଥିଲେ ।

ହେଲେ ସେଥିରେ ତାଙ୍କ ଝିଅକୁ ଅତି ନୃଶଂସଭାବରେ ହଣାଯାଇ ଖଣ୍ଡ ବିଖଣ୍ଡିତ ମାଂସ ଓ ମୁଣ୍ଡ ପ୍ରଭୁତିକୁ ଜରି ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ । ବସ୍ତା ଥାନାରେ ଅଭିଯୋଗ ପରେ ଶବକୁ ଜବଦ କରି ଅଧିକ ତଦନ୍ତ କରୁଛି ବସ୍ତା ପୁଲିସ ।

Share this story