ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ

IMS and Sum Hospital Campus 2 celebrates International Nurses Day

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ମେ ୧୨): ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ଅଧିନସ୍ଥ ନର୍ସିଂ ବିଭାଗ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ସହ ତାଙ୍କ କାର୍ଯ୍ୟଧାରାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ହସ୍ପିଟାଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କର ସମାଜ ପ୍ରତି ଯଥେଷ୍ଟ ଅବଦାନ ରହିଛି ବୋଲି କହିଥିଲେ । ନର୍ସମାନେ ସମାଜର ସ୍ୱାସ୍ଥ୍ୟ ସେବାକୁ ସୁରକ୍ଷା ଦେଉଛନ୍ତି ତେଣୁ ସେମାନେ ସମାଜର ମେରୁଦଣ୍ଡ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଭୁବନେଶ୍ୱରର ପୂର୍ବତନ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନର୍ସମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ସେମାନେ ସବୁବେଳେ ହସ ହସ ମୁହଁରେ ରୋଗୀଙ୍କ ସେବା କରନ୍ତୁ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ପ୍ରଫେସର ସାହୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକଙ୍କର କୋଭିଡ ମହାମାରୀ ସମୟର କାର୍ଯ୍ୟଧାରା ଓ ରୋଗୀ ସେବାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ଆଖ୍ୟା ଦେଇଥିଲେ ।

ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ଆଡିସ୍‌ନାଲ୍ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷ ଆନ୍ତର୍ଜାତିକ ନର୍ସେସ ଦିବସର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର, ଏମ୍ପାୱାରଡ ନର୍ସେସ୍ ସେଭ ଲାଇଭ୍‌ସ” ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅତିଥିମାନେ କହିଥିଲେ ଯେ ନର୍ସମାନେ ହେଉଛନ୍ତି ସମାଜର ଭବିଷ୍ୟତ । ତେଣୁ ସମାଜର ହିତ ପାଇଁ ଏବଂ ମଣିଷର ଜୀବନ ବଂଚାଇବା ପାଇଁ ନର୍ସମାନଙ୍କୁ ସଶକ୍ତ କରିବାକୁ ପଡ଼ିବ । କାରଣ ସେମାନଙ୍କୁ ଉତମ ସ୍ୱାସ୍ଥ୍ୟ ଓ ମାନସିକ ଚାପରୁ ସୁରକ୍ଷା ଦେଲେ ହିଁ ସେମାନେ ଉପଯୁକ୍ତ ରୋଗୀ ସେବା କରିପାରିବେ ବୋଲି ସେମାନେ ମତ ରଖିଥିଲେ । 
କାର୍ଯ୍ୟକ୍ରମରେ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଡେପୁଟି ନର୍ସିର୍ଂ ସୁପରିଟେଣ୍ଡେଂଟ ଶ୍ରୀମତି ପ୍ରଣତୀ ରାଣୀ ବେହେରା ନର୍ସମାନଙ୍କୁ ପ୍ଲୋରେନ୍ସ ନାଇଟିଙ୍ଗଲ ଶପଥ ପାଠ କରାଇଥିବା ବେଳେ ଶ୍ରୀମତି ସୁଚିସ୍ମିତା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ସୁଲତା କୁମାରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Share this story