ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଗତ ରାତିରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବକେୁ ମିଳିଛି । ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ଆଉ କାଲି ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ । ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁରକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କନ୍ଧମାଳ, କଲାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଲାଗୁଚପକୁ ନଜରରେ ରଖି ସମୁଦ୍ରମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ । ଶନିବାର ଠାରୁ ବର୍ଷା ପରିମାଣ କମିବା ସହ କିଛି ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଜି ଆଉ ଆସନ୍ତା କାଲି ଭୁବନେଶ୍ୱରରେ ବର୍ଷା ହେବ ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି, ମୟୁରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବର୍ଷାର ପରିମାଣ ବୃଦ୍ଧି ହେବା ଦ୍ୱାରା ତଳିଆ ଅଞ୍ଚଳରେ ପାଣିଗୁଡ଼ିକ ଜମି ରହିବା ନେଇ ସମ୍ଭାବନା ଜାହିର କରିଛି ପାଣିପାଗ କେନ୍ଦ୍ର ।