୬ ଜିଲ୍ଲାକୁ ସତର୍କ ଘଣ୍ଟି, ୩ ଘଣ୍ଟା ମଧ୍ୟରେ ବର୍ଷା ସହ କୁଆପଥର ଝଡ଼ ନେଇ ପାଣିପାଗ କେନ୍ଦ୍ରର ୟେଲୋ ୱାର୍ଣ୍ଣିଂ
 

IMD issued yellow warning for thunderstorms with lightning in 6 districts of odisha
ଆସୁଛି କାଳବୈଶାଖୀ ଜନିତ ଝଡ ବର୍ଷା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଶ୍ବସ୍ତି ଆଣିବ କାଳବୈଶାଖୀ । ତାତିରେ ଲାଗିବ ବ୍ରେକ୍‌। ଆଜିଠୁ ରାଜ୍ୟରେ ପାଗର ମିଜାଜ ବଦଳିପାରେ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ପାଗକୁ ଦେଖି ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। 

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ପାଣିପାଗ ବିଭାଗ ସୂଚନା ଅନୁସାରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଟକ, ଗଞ୍ଜାମ ଏବଂ ନୟାଗଡ଼ରେ ବର୍ଷା ସହ ବଜ୍ରପାତ ବିପଦ ରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଧିକ ପଢନ୍ତୁ : ଏପ୍ରିଲ ୮ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆରମ୍ଭ-ଶେଷ ଓ କେଉଁ ସମୟରେ ଦେଖିବାକୁ ମିଳିବ ଏପରି ମହାଜାଗତିକ ଦୃଶ୍ୟ
 

Share this story