ବାତ୍ୟା କୁ ନେଇ ଆଇଏମଡି ଡିଜି କହିଲେ, 'ଲଘୁଚାପ ସୃଷ୍ଟି ହେଲା ପରେ ବାତ୍ୟାର ପ୍ରଭାବ ସମ୍ପର୍କରେ କହିହେବ, ହେଲେ ଓଡ଼ିଶା ପ୍ରତି ବିପଦ କେତେ...'

IMD DG on cyclone update

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲି ବା ୬ ତାରିଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୭ ତାରିଖ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ଏହା ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିପାର । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ ।

ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ସାଧାରଣତ ଖରାଦିନେ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ଖରାଦିନେ ଖାସ କରି ମେ’ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ।

ଏହା କିଛି ନୂଆ କଥା ନୁହେଁ । ଦେଖିବାକୁ ଗଲେ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ଆଗରୁ ପଡ଼ିଛି । କିନ୍ତୁ ସବୁ ଥର ପଡ଼ିବ ବୋଲି ମଧ୍ୟ କହିପାରିବା ନାହିଁ ।

ତେଣୁ ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ ତା’ ପରେ ଯାଇ ଆକଳନ କରିହେବ କେଉଁଠି ଏହାର ପ୍ରଭାବ ରହିବ । ତେଣୁ ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଆକଳନ କରାଯାଇପାରିନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Share this story

World Odia Language Conferene