ଗରମରୁ ନିସ୍ତାର ନାହିଁ, ଆହୁରି ୩ ଦିନ କଲବଲ କରିବ ଖରା, ଗୁଳୁଗୁଳି
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ଯେମିତି ନିଆଁ ଝୁଲ ଖସୁଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରୁ ନିସ୍ତାର ମିଳିବା ଭଳି ଜଣାପଡ଼ୁ ନାହିଁ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଗ୍ରୀଷ୍ମ କୋପ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଗତକାଲି ରାଜ୍ୟର ପାଣିପାଗ ସ୍ଥିତି ଅତ୍ୟନ୍ତ ସଂଗୀନ ଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାଜ୍ୟର ପ୍ରାୟ ୧୭ଟି ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ବେଶ ଅଧିକ ରହିଛି। ଦ୍ୱିପ୍ରହର ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ବେଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି।
ଅଧିକ ନ୍ୟୁଜ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ : ଜୁଲାଇରେ ଆସୁଛି ୧୫୦ ବର୍ଷର ସବୁଠୁ ବଡ଼ ସଙ୍କଟ ‘ସୁପର ଏଲନିନୋ’: ଓଡ଼ିଶାରେ ପଡିବ ମରୁଡ଼ି!, ଆଜି ୮ ଜିଲ୍ଲାକୁ ସତର୍କତା
ପାଣିପାଗ ବିଭାଗର ଆକଳନ ଅନୁଯାୟୀ:
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ (Heat Wave) ସ୍ଥିତି ବଜାୟ ରହିବ। ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ, ଯାହା ଶରୀରକୁ ଅଧିକ କ୍ଲାନ୍ତ କରିଦେବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗର ପରାମର୍ଶ: ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ପ୍ରଚୁର ପରିମାଣରେ ପାଣି, ତୋରାଣି, ଦହି କିମ୍ବା ଓଆରଏସ (ORS) ପାଣି ପିଇବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
.png)
