୩ ଘଣ୍ଟା ପ୍ରବଳ ବର୍ଷିବ, ୬ ଜିଲ୍ଲାରେ ଘଡଘଡି, ୬୦ କିମି ବେଗରେ ବହିବ ପବନ

heavy rainfall to forecast in Odisha due to low depression

ଓଡ଼ିଆ ଗସିପ ବ୍ୟୁରୋ : ପାଣିପାଗକୁ ନେଇ ପୁଣି ଗୁରୁତ୍ବପୂର୍ଣ୍ଣ ଖବର । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨ ଦିନ ହେଲା ବର୍ଷା ହେଉଥିବା ବେଳେ ପୁଣି ପାଣିପାଗକୁ ନେଇ ବଡ଼ ଅପଡେଟ୍‌ ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି । ତେବେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ବିନ୍ ସିଟି ଭୁବନେଶ୍ବର ଏବଂ କଟକରେ ପାଗରେ ପରିବର୍ତ୍ତନ ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗ କହିବା ମୁତାବକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୩ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିବା ବେଳେ କୁଆପଥର ବୃଷ୍ଟି ମଧ୍ୟ ହୋଇପାରେ ।

ତେବେ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୬ ଜିଲ୍ଲା ହେଉଛି ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଏବଂ ମୟୁରଭଞ୍ଜ । ଏ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

୬ ଜିଲ୍ଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଏବଂ ମୟୁରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ ଏବଂ ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି । ଏହା ସହିତ ୫୦ରୁ ୬୦ କିମି ବେଗରେ ପବନ ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିଭଳି ଉପକୂଳବର୍ତ୍ତୀ ଆଉ କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇନଥିଲେ ସୁଦ୍ଧା କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୬ଟି ଜିଲ୍ଲାରେ ପ୍ରବଳ ଘଡଘଡି ବର୍ଷା ହେବା ନେଇ ଗ୍ରାଫ୍ ଜରିଆରେ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ଘଡଘଡି ସହିତ ବର୍ଷା ପବନ ହେଉଛି । ଘଡଘଡି ସହିତ ବର୍ଷା ପବନ ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

Share this story