ମାଟି ତଳେ ଭରି ରହିଛି ମହଣ ମହଣ ସୁନା; ଏମିତି କହି ଲୁଟିଲା ଡିଜିଟାଲ ବାବା

gupta dhana asha dekhai luti nele digital baba

ଓଡ଼ିଆ ଗସିପ୍ ବ୍ୟୁରୋ: ମାଟିତଳେ ୧୬ କେଜି ସୁନା ଇଟା ଥିବା କହି ପର୍ଯ୍ୟାୟ କ୍ରମେ ଫୋନପେ ରେ ୯ଲକ୍ଷ ଟଙ୍କା ହଡ଼ପ କରି ବାବାମାନେ ଫେରାର ହୋଇଯାଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧିନ ମାଣ୍ଡିଆ ଅଞ୍ଚଳର ରିନା ମହାପାତ୍ର ଏହି ଠକାମୀର ଶିକାର ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ରବିବାରରେ କରନ୍ତୁନି ଏହି କାମ;ଏସବୁ ରାଶିର ଲୋକେ ଭୋଗିବେ ସମସ୍ୟା

ଗତ ବର୍ଷ ମାର୍ଚ୍ଚ ୨୦୨୨ ମସିହାରେ ୩ ବାବା ମହାରାଷ୍ଟ୍ରରୁ ସାଇବାବାଙ୍କ ପ୍ରଚାର ପ୍ରସାର ପାଇଁ ଆସିଥିଲେ। କିଛିଦିନ ମାଣ୍ଡିଆ ଅଂଚଳରେ ରହି ଲୋକଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ଜନ୍ମାଇଥିଲେ। ଗ୍ରହରିଷ୍ଟ ଶାନ୍ତି କରିବା ସହ ପାରିବାରିକ କଳହର କାରଣ ଆଉ ନିରାକରଣ ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ। ଲୋକଙ୍କ ଭିଡ ଜମିବାରୁ ଅନେକ ଲୋକଙ୍କୁ ଅନେକ ପ୍ରକାରର କଥା ଆଉ ପ୍ରଲୋଭନ ଦେଖାଇଥିଲେ। ବାବାଙ୍କ କଥା ପ୍ରଘଟ ହେବାରୁ ସେହି ଅଞ୍ଚଳର ରିନା ମହାପାତ୍ର ସେମାନଙ୍କ ନିକଟକୁ ଯାଇଥିଲେ।

ଅଧିକ ପଢ଼ନ୍ତୁ: ଦେଶର ବିଭିନ୍ନ ସ୍ଥାନରେ ୯୦ ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ବାବାମାନେ ପୂର୍ବରୁ ତାଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ ରଖିଥିଲେ। ଠକାମୀ କରିବା ଉଦ୍ଦେଶ୍ୟରେ ମହିଳାଙ୍କୁ ବିଭିନ୍ନ କଥା କହି ସତ ପ୍ରମାଣିତ କରାଇଥିଲେ। ମହିଳାଙ୍କ ଅତୁଟ ବିଶ୍ୱାସ ଜନ୍ମାଇବା ପରେ ତାଙ୍କ ଘର ନିକଟରେ ପୂର୍ବପୁରୁଷରୁ ୧୬ କେଜି ସୁନା ଇଟା ପୋତା ହୋଇଥିବା କହିଥିଲେ। ମହିଳା ଜଣଙ୍କ ବିଶ୍ୱାସ କରିବା ପରେ ବିଭିନ୍ନ ପୂଜା କରିବା ପରେ ପୋତା ହୋଇଥିବା ସୁନା ଇଟା ଖୋଳିବାକୁ ବାବାମାନେ କହିଥିଲେ। କେବଳ ପୂଜା ପାଠ ନୁହେଁ ବରଂ ସେମାନଙ୍କ କହିବା ମୁତାବକ ବିଭିନ୍ନ ସାମଗ୍ରୀ କିଣି ବିନିଯୋଗ କଲେ ସେସବୁ ସୁନା ହାସଲ କରିହେବ ବୋଲି କହିଥିଲେ। ଏହିଭଳି କିଛିଦିନ ସାମଗ୍ରୀ କିଣା ଆଉ ପୂଜାପାଠରେ ବିତିଥିଲା। ହେଲେ ସୁନା ମାଟି ତଳୁ ବାହାରି ନଥିଲା। ସେମାନଙ୍କ ଅନ୍ୟ କାମ ଅଛି କହି ମହାରାଷ୍ଟ୍ର ଚାଲିଯାଇଥିଲେ। ଫୋନରେ ଯୋଗାଯୋଗ କରି ମହାରାଷ୍ଟ୍ରରୁ ସେମାନେ ବାବାଙ୍କ ସହ ଯୋଗାଯୋଗରେ ରହିଥିଲେ। 

ଅଧିକ ପଢ଼ନ୍ତୁ: ଦେଶର ବିଭିନ୍ନ ସ୍ଥାନରେ ୯୦ ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ଫୋନ ଜରିଆରେ ସେମାନେ ପୂଜାପାଠ କରୁଥିଲେ। ଏଥିପାଇଁ ମହିଳାଙ୍କଠାରୁ ଫୋନ ପେରେ ପଇସା ନେଉଥିଲେ। ବିଭିନ୍ନ ପର୍ଯ୍ୟାୟରେ ପୂଜା କରାଇବା ନାଁରେ ବିଭିନ୍ନ ସାମଗ୍ରୀ କିଣିବା ବାହାନାରେ ପର୍ଯ୍ୟାୟକ୍ରମେ ଫୋନ ପେ ଜରିଆରେ ୯ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ସୁଯୋଗ ନେଇ ବାବାମାନେ ଆଉ ମହିଳାଙ୍କ ଫୋନ ରିସିଭ କରି ନଥିଲେ। ମହିଳା ଜଣଙ୍କ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହେଲେ। ଶେଷରେ ଠକାମୀର ଶିକାର ହୋଇଥିବା ଜାଣି ଥାନାରେ ରିନା ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ମହାରାଷ୍ଟ୍ରର ଅମର ସାଇ, ସୁବଳ ମାଡ, ଅନ୍ଦୁରାମ ତମ୍ବୁଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

Share this story