ମାତାଙ୍କ ଜଟରେ ବାଜିଲେ ଭଲ ହେଉଛି ରୋଗ; ମେଡ଼ିସିନ ଦେଉଛନ୍ତି ଡକ୍ଟର ବାବା, ପଢି ଆପଣ ବି ସେଠାକୁ ଯିବା ପାଇଁ ଇଛା ପ୍ରକଟ କରିବେ...

Godman bless and cure diseases of disciples in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ୩୦ ବର୍ଷ ହେବ ମୁଣ୍ଡ ଧୋଇଛନ୍ତି ନା ଘରକୁ ଯାଉଛନ୍ତି । କାମାକ୍ଷା ଦେବୀଙ୍କ ଭଳି ଜିଭ ବାହାର କରି ଅଧିକାଂଶ ସମୟ ଏକ ଗୋଡ଼ିଆ ଠିଆ ହେଉଛନ୍ତି । ଚାଲିଛି କୁମ୍ଭ ମେଳା । ଖଣ୍ଡଗିରିରେ ସାଧୁ ସନ୍ଥଙ୍କ ମେଳି ଚାଲିଛି । ଓଁ କାର ଧ୍ଵନିରେ ପ୍ରକମ୍ପିତ ହେଉଛି ପାହାଡ ସମେତ ପାଦ ଦେଶ । ନିଜର ମନ କାମନା ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବି ଲାଗି ରହିଛି ।

ଆଉ ତା ଭିତରେ କିଛି ବାବା, ମାତାଙ୍କ ଲାଗି ଖଣ୍ଡଗିରିରେ ଆହୁରି ଭିଡ ଲାଗି ରହିଛି । ମାତାଙ୍କ ମୁଣ୍ଡରେ ମୁଣ୍ଡରୁ ଆଣ୍ଠୁ ଯାଏ ଜଟ । ସନ୍ନ୍ୟାସିନି ହେବାର ୩୦ ବର୍ଷ ହୋଇଗଲାଣି । ନା ୩୦ ବର୍ଷ ହେବ ମୁଣ୍ଡ ଧୋଇଛନ୍ତି ନା ଘରକୁ ଯାଉଛନ୍ତି । କାମାକ୍ଷା ଦେବୀଙ୍କ ଭଳି ଜିଭ ବାହାର କରି ଅଧିକାଂଶ ସମୟ ଏକ ଗୋଡ଼ିଆ ଠିଆ ହେଉଛନ୍ତି ଓ ମଝିରେ ମଝିରେ ବସିଛନ୍ତି ।

ଅଧିକ ପଢ଼ନ୍ତୁ : ଓଲିଉଡର ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅର୍ଥ ସାଜିଛି ବାଧକ...

ମାତା ନିଜ ଜଟ ଧରି ଶ୍ରଦ୍ଧାଳୁଙ୍କ ମୁଣ୍ଡ ଓ କାନ୍ଧ ଉପରେ ରଖୁଛନ୍ତି । ଏହି ଜଟ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଓ କାନ୍ଧରେ ରଖିବା କ୍ଷଣି ମାନସିକ ଓ ଶାରିରୀକ ଶାନ୍ତି ଅନୁଭବ କରୁଛନ୍ତି ଶ୍ରଦ୍ଧାଳୁ । ମନସ୍କାମନା ବି ପୂର୍ଣ୍ଣ ହେଉଛି ।

ସୁକଦେବ ପୁରୋହିତନାମକ ଜଣେ ୬୭ ବର୍ଷୀୟ ବ୍ୟକ୍ତି ଦୀର୍ଘ ଦିନ ହେବ ଶ୍ୱାସ ସହିତ ଛାତିରେ ଯନ୍ତ୍ରଣାରେ ପୀଡ଼ିତ ଥିଲେ । କିନ୍ତୁ କାମାକ୍ଷା ମାତାଙ୍କ ଶରଣାପନ୍ନ ହୋଇଥିଲେ, ସେତେବେଳେ ମାତା ତାଙ୍କୁ ପାଖରେ ଡାକି ବସାଇ ଥିଲେ । ମାତା ସୁକଦେବଙ୍କ ମନର କଥା ବୁଝିବା ପରେ ଜଟରେ ଆଶୀର୍ବାଦ କରିଥିଲେ । ତା ପରେ ସୁକଦେବ କହିଥିଲେ ମାଙ୍କ ଯୋଗୁ ସେ ଛାତି ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ।

ମାତା ଆସିଛନ୍ତି ପଶ୍ଚିମବଙ୍ଗର ହୁଗୁଳିରୁ । ଯାହାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ବାବା ମାନଙ୍କ ଚମତ୍କାରିତାକୁ ନେଇ ଖଣ୍ଡଗିରି କୁମ୍ଭ ମେଳା ବହୁ ପ୍ରସିଦ୍ଧ । ଆଉ ଏଥର ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଖଣ୍ଡଗିରି କୁମ୍ବ ମେଳାକୁ ବାବା ମାନେ ଆସିଛନ୍ତି । ତେବେ ସେମାନଙ୍କ ଭିତରୁ ମୂଖ୍ୟ ଆକର୍ଷଣ ପାଲଟିଛନ୍ତି ଷ୍ଟାଣ୍ଡିଙ୍ଗ ବାବା ।

ଅଧିକ ପଢ଼ନ୍ତୁ : ମାଲିକ ନବ ଦାସଙ୍କ ଉପରେ ବିପଦ (ଗୁଳି ମାଡ) ଥିବା ଆଗୁଆ ବାରି ପାରିଥିଲା ତାଙ୍କ ପୋଷା କୁକୁର ’ରିଓ’

ଉଜୟିନୀରୁ ଆସିଥିବା ଷ୍ଟାଣ୍ଡିଙ୍ଗ ବାବା ଖଣ୍ଡଗିରି କୁମ୍ଭ ମେଳା ସବୁଠାରୁ ଆକର୍ଷଣୀୟ ବାବା । କୁମ୍ଭ ମେଳାର ଆରମ୍ଭ ଦିନରୁ ସେ ଗୋଟିର ଜାଗାରେ ଗୋଟିଏ ଗୋଡ଼ରେ ଠିଆ ହୋଇ ସାଧାନା କରୁଛନ୍ତି । ପାଖରେ ଥିବା ହୋମ କୁଣ୍ଡରେ ଧୁନି ଜଳୁଛି । ଆଉ ଷ୍ଟାଣ୍ଡିଙ୍ଗ ବାବା ସେହି ପାଖରେ ଠିଆ ହୋଇ ଧ୍ୟାନରେ ରହିଛନ୍ତି ।

କେବଳ ସେତିକି ନୁହେଁ ମେଡ଼ିସିନ ବାବା ଦେଉଛନ୍ତି ବିଭୂତି । ସେଇ ବିଭୂତି ପାଇ ଆଶିଷ ନେଉଛନ୍ତି ଶ୍ରଦ୍ଧାଳୁ । କିଛି କିଛି ରୋଗୀ ବି ଆସୁଛନ୍ତି । ନିଜ ରୋଗ ବିଷୟରେ ବାବାଙ୍କୁ ସୂଚନା ଦେଇ କିଛି ଚେରମୂଳି ଭଳି ମେଡ଼ିସିନ ନେଉଛନ୍ତି । ଭକ୍ତ ଆସୁଛନ୍ତି । ବାବା ଓ ମାତାଙ୍କୁ ଭେଟି ମନର କଥା କହୁଛନ୍ତି ।

Share this story