Ratna Bhandar: ଆଜି ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଅଳଙ୍କାରର ହେବ ଗଣତିମଣତି

From Today Puri Srimandira Ratna Bhandar Counting And Know All Details

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ୪୮ ବର୍ଷ ପରେ ହେବ ରତ୍ନଭଣ୍ଡାର ଗଣତି । ଆଜି ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ସବୁ ଅଳଙ୍କାରର ହେବ ଗଣତିମଣତି । ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଆଉ ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । 

ପୂର୍ବରୁ ଗଣନା ଅନୁଯାୟୀ, ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ଅବସରରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ । ଏହି ଶୁଭ କାର୍ଯ୍ୟ ପାଇଁ ମଧ୍ୟାହ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା ଧାର୍ଯ୍ୟ କରାଯାଇଛି । କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । 

ଗଣତି ମଣତି ପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ କେମିତି ପୋଷାକ ପିନ୍ଧିବେ, କେମିତି ପ୍ରବେଶ କରିବେ ସେ ନେଇ ପୂର୍ବରୁ ଆଲୋଚନା ହୋଇଛି  । 

ଖବରର ମୁଖ୍ୟାଂଶ:
1- ପାରମ୍ପରିକ ବସ୍ତ୍ର ପରିଧାନ କରି ଭଣ୍ଡାର ଘରେ ପ୍ରବେଶ କରିବେ ସମସ୍ତ ସଦସ୍ୟ
2-ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଓ ପରେ ଭିତର ଭଣ୍ଡାରର ଅଳଙ୍କାର ଗଣାଯିବ
3- ସୁନା, ରୁପା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗହଣାକୁ ଅଲଗା ଶ୍ରେଣୀଭୁକ୍ତ କରାଯିବ
4- ୧୯୭୮ ମସିହାରେ ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ହେବ ମେଳକ

5-ଗହଣାର ହାଇ-ରିଜୋଲ୍ୟୁସନ ଫଟୋ ଓ ଭିଡିଓ ଉଠାଯାଇ ପ୍ରସ୍ତୁତ କରାଯିବ ଡିଜିଟାଲ ଡାଟାବେସ୍
6-ମହାପ୍ରଭୁଙ୍କ ଗହଣାକୁ ସଂରକ୍ଷିତ ରଖିବାକୁ ବ୍ୟବହାର ହେବ ୩ ପ୍ରକାରର ରଙ୍ଗର କପଡ଼ା
7-ହଳଦିଆ ଭେଲଭେଟ୍‌ କପଡ଼ାରେ ରଖାଯିବ ସୁନା ଅଳଙ୍କାର
8-ସିଲଭର ରଙ୍ଗର କପଡ଼ାରେ ରହିବ ରୌପ୍ୟ ଅଳଙ୍କାର
9-ଲାଲ ରଙ୍ଗର ଭେଲଭେଟ୍‌ କନାରେ ରଖାଯିବ ଅନ୍ୟାନ୍ୟ ଅଳଙ୍କାର

Share this story