ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

123

ଓଡ଼ିଆ ଗସିପ୍ ବ୍ୟୁରୋ: ୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ପୂର୍ବତନ ବିଧାୟକଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ଥିଲା । ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ଉଲ୍ଲେଖଯୋଗ୍ୟ ୨୫ ବର୍ଷ ତଳେ ୧୯୯୮ ମସିହା ମଇ ମାସ ୧୮ ତାରିଖରେ ଏହି ଘଟଣା ଘଟିଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ସିନ୍ଧି ଗାଁରେ ଏକ ବୈଠକ ବସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା।

ଗଣ୍ଡଗୋଳ ଓ ମାରପିଟ୍‌ରେ ଗଞ୍ଜାମ ପୋଲିସ RI(ରିଜର୍ଭ ଇନ୍ସପେକ୍ଟର) ବିନୋବା ବେହେରାଙ୍କ ହତ୍ୟା ହୋଇଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଣ ସଂଗ୍ରାମ ସମିତିନାମରେ ସଙ୍ଗଠନ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିଲେ।

ଗଣ ସଂଗ୍ରାମ ସମିତିର ମୁଖ୍ୟ ନେତା ଥିଲେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଏନ ନାରାୟଣ ରେଡ୍ଡୀ କମୁନିଷ୍ଟ ଛତ୍ରପୁର ବିଧାୟକ ଥିଲେ। ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଛତ୍ରପୁର ବିଧାୟକ ଥିଲେ।

 

Share this story