ଥଣ୍ଡା କଣ କରିବ, ନିଇତି ଗରମ ବଢ଼ାଉଛି; ଏତେ ଗରମ ଯେ, ଗମ୍ ଗମ୍ ଝାଳ ବୋହୁଛି

୍୍୍

ଓଡ଼ିଆ ଗସିପ୍ ବ୍ୟୁରୋ; ଆଶା ଥିଲା ମୌସୁମୀ ଆସିଲା ତତଲା କଢ଼େଇରେ ସନ୍ତୁଳି ହେଉଥିବା ଜୀବନରୁ ଟିକେ ତ୍ରାହି ମିଳିବ । ହେଲେ ଏତେ ସପନକୁ ରାତି କାହିଁ? ଏଠି ଯଥା ପୂର୍ବଂ ତଥା ପରଂ । ଅର୍ଥାତ କହିବାକୁ ଗଲେ ମୌସୁମୀ ଆସିବା ପୂର୍ବରୁ ଯେମିତି ଗରମ ଦାଉ ସାଧୁଥିଲା ଏବେ ବି ସେମିତି ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନାହିଁ । ଦିନକୁ ଦିନ ସାରା ରାଜ୍ୟରେ ଆଦ୍ରତାର ହାର ଦ୍ୱିଗୁଣିତ ବଢ଼ୁଥିବା ବେଳେ ଏଥିରୁ ମୁକୁଳିବାର କୌଣସି ସମ୍ଭାବନା ଥିବା ମନେ ହେଉନାହିଁ ।

ଏଭଳି ସ୍ଥଳେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜନହିତରେ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ମାତ୍ରା କମ୍ ରହଛି । ଆଉ ଏହି କାରଣରୁ ତାପମାତ୍ରା ବଢିବାରେ ଲାଗିଛି ।


 

ସେପଟେ ପାଣିପାଗ ବିଭାଗ ପକ୍ଷରୁ ଏହା ବି କୁହାଯାଇଛି ଯେ, ଏହି ଯନ୍ତ୍ରଣାରୁ ତୁରନ୍ତ ଉପଶମ ମିଳିବ । ମୌସୁମୀର ଲୁଚକାଳି ଭିତରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାର ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।  ଫଳରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Share this story