ଟ୍ରଲର ସହ କୋଇଲା ବୋଝେଇ ଟ୍ରକର ମୁହାମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୩ ଚାଳକ

Driver of three trucks charred to death after accident

ଓଡ଼ିଆ ଗସିପ ବ୍ୟୁରୋ: ଗାଡ଼ି ସହ ଜୀଅନ୍ତା ଜଳିଗଲେ ୩ ଜଣ । ଝାରସୁଗୁଡ଼ା ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା । ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଧକ୍କା ଦେବା ସହ ଜଳି ଯାଇଥିଲା ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳକୁ ଏହି ଦୁର୍ଘଟଣା ଘଟିଛି । ଫଳରେ ୩ଟି ଗାଡ଼ିର ଡ୍ରାଇଭର ଗାଡ଼ି ଭିତରେ ହିଁ ଫସି ରହିବା ସହ ଜୀବନ୍ତ ଜଳି ଯାଇଥିଲେ । ସୂଚନା ଅନୁସାରେ, ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ୨ଟି ଯାକ ଟ୍ରେଲର ହିଁ ଜଳି ଯାଇଥିଲା ।

ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଆସି ଟ୍ରେଲରକୁ ଧକ୍କା ଦେବା ସହ ଜଳି ଯାଇଥିଲା । ଫଳରେ ୩ଟି ଗାଡ଼ିର ଡ୍ରାଇଭର ହିଁ ଗାଡ଼ି ଭିତରେ ଫସି ଯାଇଥିଲେ । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବଳକୁ ୩ ଜଣ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ । ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା ।

ଅନ୍ୟପକ୍ଷେ, ଜିରୋ ଫାଟାଲିଟି ୱିକ୍‌ରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଚାଲିଛି । ଗତକାଲି ବିଳିମ୍ବିତ ରାତିରେ କଟକ ଚହଟା ବିଡାନାସୀ ମଶାଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

କାର୍‌ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଏହି ଦୁର୍ଘଟଣା ଘଟିଛି । ମୃତାହତଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ବିଡାନାସୀ ପୋଲିସ୍‌ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି ।

Share this story