ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାରେ ଜଳି ଡ୍ରାଇଭର ଜୀବନ୍ତ ଦଗ୍ଧ

Driver burnt alive inside truck as truck catches fire in Odisha
ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍: ଡ୍ରାଇଭର ଜୀବନ୍ତ ଦଗ୍ଧ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଏକ ବଡ଼ ଧରଣର ଟ୍ରକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି । ଏଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଟ୍ରକ ପଛକୁ ଧକ୍କା ଦେବା ପରେ ଜଳିଯାଇଛି ଆଉ ଏକ ଟ୍ରକ୍ ।  ଖବର ପାଇ ପୁଲିସ ଓ ଅଗ୍ନୀଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ସଦର ଥାନା ଏନଏଚ ୪୯ ମହୁଲଡିହା ଗାଁ ନିକଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଅନ୍ୟ ଏକ ଟ୍ରକର ପଛକୁ ପିଟିଛି । ବଡ଼ ଧରଣର ଧକ୍କା ହେବା ପରେ ସେହି ଟ୍ରକରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଛି । ଏଥିରେ ଥିବା ଡ୍ରାଇଭର ଗାଡିରୁ ବାହାରି ନ ପାରି ଜୀବନ୍ତ ଜଳିଯାଇ ମୃତ୍ୟୁ ବରଣ କରିଛି ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ଟ୍ରକରେ ନିଆଁ ଲାଗିଯିବା ପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଁଚି ଅଗ୍ନିଶମ ବାହାନୀକୁ ସୂଚନା ଦେଇଥିଲା । ଏହାପରେ ଅଗ୍ନିଶମ ବାହିନୀ ସେଠାରେ ପହଁଚି ନିଆଁ ଆୟତ୍ତ ସହ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକେ ଏପରି ଦୃଶ୍ୟ ଦେଖି ଭୟଭୀତ ହୋଇଛନ୍ତି ।

Share this story