ହାଇଡ୍ରୋସିଲ୍ ଅସ୍ତ୍ରାପଚାର ପାଇଁ ଡାକ୍ତର ୬ ହଜାର ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
 

Doctor under Vigilance net over bribery case in Jharsuguda
ଡାକ୍ତର ୬ ହଜାର ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଡାକ୍ତର । ଅପରେସନ କରିବାକୁ ୨ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଡାକ୍ତରଙ୍କ ନାମରେ ଅଭିଯୋଗ ହୋଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡା.ସୁପ୍ରିତ ସୌରଭ। 

ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରିଥିବା ବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଡା.ସୌରଭଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଅଭିଯୋଗ ଅନୁସାରେ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ପାଇଁ ଲଖନପୁରର ଜୟରାମ ଭଏଁସାଙ୍କୁ ୬ ଦିନ ହେଲା ହସ୍‌ପିଟାଲରେ ପକାଇ ରଖିଥିଲେ ଡା. ସୌରଭ। ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବାକୁ ରୋଗୀଙ୍କୁ କୁହାଯାଇଥିଲା। କିନ୍ତୁ ବଦଳି ଆଦେଶ ପରେ ଡା. ସୌରଭ ଅସ୍ତ୍ରୋପଚାର ଗୃହକୁ ଯାଇପାରି ନଥିଲେ। ଫଳରେ ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। 

ଅଧିକ ପଢନ୍ତୁ :୧୦ ଥର ବିଧାୟିକା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ଗତକାଲି ମୁଖ୍ୟମନ୍ତ୍ରୀ ଭେଟି...

ଅସ୍ତ୍ରୋପଚାର ପରେ ଡା. ସୌରଭ ରୋଗୀଙ୍କୁ ବେହେରାମାଲର ଶଙ୍କର ହୋଟେଲ ପାଖକୁ ଡାକି ଟଙ୍କା ମାଗିଥିଲେ। ଏ ନେଇ ରୋଗୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଯୋଜନାନୁସାରେ ସନ୍ଧ୍ୟା ସାଢ଼େ ୭ଟା ‌ବେଳେ ରୋଗୀ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କୁ ମାଡ଼ି ବସିଥିଲା।

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା ଦେଖା ଦେବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ! ପଢନ୍ତୁ ଆଜିର ରାଶିଫଳ 
 

Share this story