ଜଙ୍ଗଲରୁ ଠାବ ହେଲା ଉଭୟ ପୁରୁଷ ଓ ମହିଳାଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

dead body of couple recovered from jungle

ଓଡ଼ିଆ ଗସିପ ବ୍ୟୁରୋ: ଜଙ୍ଗଲରୁ ଠାବ ହେଲା ୨ ମୃତଦେହ । ଆଠଗଡ଼ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କର ଗଳିତ ମୃତଦେହ ଠାବ ହୋଇଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ମୃତକ ଦୁଇ ଜଣଙ୍କର ପରିଚୟ ମିଳିପାରିନି । ଖୁଣ୍ଟୁଣି ଥାନା ଏବଂ ଗୁରୁଡ଼ିଝାଟିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ ଥାନା ଅଧୀନରେ ମୃତଦେହ ପଡ଼ି ରହିଛି ତାହାକୁ ସ୍ପଷ୍ଟ କରିପାରୁନି ପୁଲିସ ।

ଆହୁରି ପଢ଼ନ୍ତୁ : ଟ୍ରକ- ଅଟୋ ମୁଁହାମୁହିଁ ଧକ୍କା: ଘଟଣାସ୍ଥଳରେ ହିଁ ଅକାଳରେ ଚାଲିଗଲା ୫ ଜୀବନ, ୩ ଗୁରୁତର

ସେପଟେ ମୃତ ଦୁଇ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ କେହି ମାରି ଫିଙ୍ଗି ଦେଇଛି ଏସବୁ ଦିଗରେ ପୋଲିସ ତଦନ୍ତ କରିବ ବୋଲି ଅଣ୍ଟା ଭିଡିଛି ।

Share this story