୧୭ ଦଫା ଦାବୀ ନେଇ ସିପିଆଇ(ଏମ୍) ଟାଙ୍ଗି ଆଞ୍ଚଳିକ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ

CPIM staged protest demanding 12 chattered points before Tahsildar

ଓଡ଼ିଆ ଗସିପ ବ୍ୟୁରୋ : ୧୭ ଦଫା ଦାବୀ ନେଇ ସିପିଆଇ(ଏମ୍) ଟାଙ୍ଗି ଆଞ୍ଚଳିକ କମିଟି ପକ୍ଷରୁ ଆଜି ତହସିଲ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ସିପିଆଇ(ଏମ୍)ର କର୍ମୀ ମାନେ ପ୍ରଥମେ ବଳରାମ ଦେବ ମଣ୍ଡପ ନିକଟରୁ ଶୋଭାଯାତ୍ରା ବାହାର କରି ପରେ ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଧୁଭୂଷଣ ମହାରଣା, ସମ୍ପାଦକ , ସିପିଆଇ(ଏମ୍) ଟାଙ୍ଗି ଆଞ୍ଚଳିକ କମିଟି ନେତୃତ୍ତ୍ବରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମଣ ବେହେରା, ଅଶୋକ ମାନଧାତା, ନୂସିଂହ ଦଳେଇ, ବ୍ରଜ ଜେନା, ମନୋରଞ୍ଜନ ମହତ୍ଵ , ବ୍ରଜ ଘଡେ଼ଇ, ବ୍ରହ୍ମା ମଲ୍ଲିକ, ରବୀନ୍ଦ୍ର ରଣା ସମେତ ଅନେକ କର୍ମୀମାନେ ଯୋଗଦାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୭ଦଫା ଦାବୀ ତହସିଲଦାରଙ୍କୁ ଦିଆଯାଇଥିଲା ।

୧୭ ଦଫା ଦାବୀ ମଧ୍ୟରୁ ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡକୁ ବାତିଲ କରାଯାଉ, ସମସ୍ତ ଠିକା ସ୍କିମ, ଅସଂଗଠିତ ଶ୍ରମିକମାନଙ୍କର ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଘୋଷଣା କରାଯାଉ, କାର୍ଯ୍ୟକ୍ଷେତ୍ରରେ ଠିକା ଶ୍ରମିକ, ବହିରାଗତ ଶ୍ରମିକ, ଶିକ୍ଷା ନବୀସ, ସ୍କିମ ଶ୍ରମିକ ବ୍ୟବସ୍ଥା ପ୍ରତ୍ୟାହାର କରି ସମାନ କାମକୁ ସମାନ ମଜୁରୀ ପ୍ରଦାନ କରାଯାଉ, ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା କରିବା ସହ (ସ୍କିମ, ପରିବହନ, ନିର୍ମାଣ, କୃଷି, ଘରୋଇ ଶ୍ରମିକ, ବ୍ୟବସାୟୀ, ବିଡି, ଦାଦନ) ସମସ୍ତ ଶ୍ରମଜୀବୀ ଜନଗଣଙ୍କୁ (ସାମାଜିକ ସୁରକ୍ଷା ) ଇପିଏଫ, ଇଏସଆଇ ଅନ୍ତର୍ଭୁକ୍ତ କରାଯାଉ ଭଳି ମୁଖ୍ୟ ଦାବି ରହିଛି । 

Share this story