ସିପିଆଇ(ଏମ୍) ଆଞ୍ଚଳିକ କମିଟି ପକ୍ଷରୁ ଶ୍ରମିକ ଦିବସ ପାଳନ

Labour day celebrated

ଓଡ଼ିଆ ଗସିପ ବ୍ୟୁରୋ: ବିଶ୍ବ ଶ୍ରମିକ ଦିବସ ଉପଲକ୍ଷେ ଟାଙ୍ଗି ସିପିଆଇ(ଏମ୍) ଆଞ୍ଚଳିକ କମିଟି ପକ୍ଷରୁ ଆଜି ଟାଙ୍ଗି ବଳରାମ ଦେବ ମଣ୍ଡପ ନିକଟରୁ ଶତାଧିକ ଶ୍ରମିକ ମାନଙ୍କୁ ନେଇ ଶୋଭାଯାତ୍ରା ବାହାରି ଟାଙ୍ଗି ଗ୍ରାମ ପରିକ୍ରମା କରିସାରି ମଧୁମଙ୍ଗଳ ପଡ଼ିଆରେ ପହଞ୍ଚି ଶ୍ରମିକ ଦିବସ ଉପଲକ୍ଷେ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା ।

ପ୍ରାକ୍ତନ ଶିକ୍ଷକ ସଦାଶିବ ବେହେରା ପତାକା ଉତ୍ତୋଳନ କରିଥିଲେ । ଏହାପରେ ସଭାକାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲା ସିପିଆଇ (ଏମ୍) ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣା ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ବିଧୁଭୂଷଣ ମହାରଣା , ସମ୍ପାଦକ ,ସିପିଆଇ (ଏମ୍) ଆଞ୍ଚଳିକ କମିଟି,ଟାଙ୍ଗି  , ସଦାଶିବ ବେହେରା, ପିତାମ୍ବର ରଣା ଉପସ୍ଥିତ ରହି ବିଶ୍ଵ ଶ୍ରମିକ ଦିବସ ସମ୍ପର୍କରେ ଓ ଆଜିର ଦିନରେ ଶ୍ରମିକମାନେ ଅଧିକାର ପାଇଁ ଏକାଠି ହେବାକୁ ଉଦବୋଧନ ଦେଇଥିଲେ ।

ଆସନ୍ତା ୨୦ ତାରିଖରେ ସର୍ବଭାରତୀୟ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତଙ୍କୁ ଯୋଗଦାନ ଦେବାପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ନିର୍ମାଣ ଶ୍ରମିକ କାର୍ଡ ୨୮ ଜଣଙ୍କୁ ପ୍ରଦାନ କରାଯିବ ସହ ୧୬ ଜଣ କୁଶଳୀ ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଥିଲା ।

Share this story