ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍‌

Common man hit by high prices Petrol-diesel prices increased know todays new rates

ଓଡ଼ିଆ ଗସିପ ବ୍ୟୁରୋ (ନୂଆଦିଲ୍ଲୀ,୧୫।୫): ସାରା ଦେଶରେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ମିଳୁନି ନିସ୍ତାର। କ୍ଷୀର ଏବଂ ସିଏନଜି (CNG) ପରେ ଏବେ ପେଟ୍ରୋଲ ଓ ଡିଜେଲ ଦରରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିଛି। ଆଜି ସକାଳ ୬ଟାରୁ ସରକାର ତେଲ ଦରରେ ପ୍ରାୟ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

କେତେ ବଢ଼ିଲା ଦର?

ତୈଳ କମ୍ପାନୀଗୁଡିକ ପକ୍ଷରୁ ମଧ୍ୟରାତ୍ରିରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇ ନୂଆ ଦର ୯୭.୭୭ ଟଙ୍କା ହୋଇଛି।ସେହିପରି ଡିଜେଲ ଲିଟର ପିଛା ୩.୧୧ ଟଙ୍କା ବୃଦ୍ଧି ପାଇଛି। ଏବେ ଏହାର ମୂଲ୍ୟ ୯୦.୬୭ ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ୨୦୨୨ ପରେ ପ୍ରଥମ ଥର ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। 

କାହିଁକି ବଢ଼ିଲା ତେଲ ଦର?

ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ନିଶ୍ଚଲ ସିଂଘାନିଆଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ଅସ୍ଥିରତା ଏବଂ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁଁ ଏହି ବୃଦ୍ଧି ଘଟିଛି। ବିଶେଷ କରି ମଧ୍ୟ-ପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଏବଂ ହର୍ମୁଜ ଷ୍ଟ୍ରେଟ’ (Hormuz Strait) ବନ୍ଦ ହେବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢ଼ନ୍ତୁ : ଏଣିକି ଏତିକି ଟଙ୍କାରୁ ଅଧିକ ନେଇ ପାରିବେନି ପେଟ୍ରୋଲ-ଡିଜେଲ, ଆସିଲା ନୂଆ ନିୟମ

ଯେବେଠାରୁ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି, ସେବେଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିଷୟରେ ଆଲୋଚନା ଚାଲିଥିଲା।  ରବିବାର ଏବଂ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ ଅପିଲ କରି ଇନ୍ଧନ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ବିଷୟରେ ସଙ୍କେତ ଦେଇଥିଲେ। ଅପିଲ ପରେ ଦୁଇ ଦିନ ପରେ ଅର୍ଥାତ୍‌ ମେ ୧୫ ତାରିଖରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। 

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତିଦିନ ପ୍ରାୟ ୧୦୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଏହି କ୍ଷତି (Under Recovery) ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି। 

ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି। ପୂର୍ବରୁ ଅମୂଲ ଏବଂ ମଦର ଡେରୀ କମ୍ପାନୀଗୁଡ଼ିକ ସେମାନଙ୍କ କ୍ଷୀରର ମୂଲ୍ୟ  ୨ ବୃଦ୍ଧି କରି ସମସ୍ତଙ୍କୁ ଚକିତ କରିଥିଲେ। ଅନେକ ସହରରେ CNG ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ଯାହା ଲୋକଙ୍କ ବଜେଟ ଉପରେ ଚାପ ପକାଇଛି।

Share this story