ଗଞ୍ଜାମ ଦିଗପହଣ୍ଡିରେ ଯମର ମୃତ୍ୟୁ ତାଣ୍ଡବ: ପିଟାପିଟି ହେଲେ ଦୁଇ ବସ୍, ୧୨ ମୃତ

bus accident kills 10 on spot

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗହପଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଖବର ଆସୁଛି । ଏହି ହାନୀକାରକ ବସ୍ ଦୁର୍ଘଟଣାରେ ଅନେକ ନିରିହ ଯାତ୍ରୀଙ୍କ ଜୀବନ ଯିବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଏବଂ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ୍‌ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍‌ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି...

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଏସପି, ତହସିଲଦାର ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଆହତଙ୍କୁ ଘଟଣାସ୍ଥଳରୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଛି ।

ଅଧିକ ପଢ଼ନ୍ତୁ : ଶ୍ରୀକୃଷ୍ଣଙ୍କ ପ୍ରିୟ ରାଶି; ଏହି ରାଶିର ଲୋକମାନଙ୍କର ବିଜୟ ସୁନିଶ୍ଚିତ

ଏହି ଦୁର୍ଘଟଣାକୁ ନେଇ SRCଙ୍କ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଟ୍ୱିଟ୍‌ରେ ଗଂଜାମ ଜିଲ୍ଲା ଖେମୁଣ୍ଡି କଲେଜ ନିକଟରେ ହୋଇଥିବା ବସ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ରହିଛି । ତାହାସହ ଆହତ ମାନଙ୍କୁ ବ୍ରହ୍ମପୁର MKCG ମେଡିତାଲରେ ଭର୍ତ୍ତିକରାଯାଇଥିବା SRC ସୂଚନା ଦେଇଛନ୍ତି ।

p1

ଆହତ ମାନଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆହତଙ୍କ ଚିକିତ୍ସା କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଏହି ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଘଟଣାସ୍ଥଳକୁ ତୁରନ୍ତ ଯାଇ ବିପନ୍ନ ଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ DPCC ଅଧ୍ୟକ୍ଷ ବିଧାୟକ ବିକ୍ରମ  ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share this story