ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ଭାବେ ମନୋନୀତ

Berhampur varsity VC Prof Geetanjali Dash elected President of Indian Political Science Association

ଓଡ଼ିଆ ଗସିପ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବଦ୍ୟାଳୟର ଇତିହାସରେ ନୂଆ ଫର୍ଦ୍ଦ ଯୋଡି ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି । ୱର୍ଦ୍ଧାଠାରେ ୯-୧୦ ସେପ୍ଟେମ୍ବର ୨୦୨୩ ଅନୁଷ୍ଠିତ ଭାରତୀୟ ରାଜନୀତି ପରିଷଦର ୬୦ ତମ ବାର୍ଷିକ ଅଧିବେଶନରେ ନିର୍ଦ୍ଵନ୍ଦୀୟ ନିର୍ବାଚିତ ହୋଇଛନ୍ତି ।

ଏହି ପରିଷଦ ଭାରତରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ । ୧୯୩୮ ମସିହାରେ ପ୍ରତିଷ୍ଠିତ ଏହି ପରିଷଦ ଦୀର୍ଘ ୮୫ ବର୍ଷ ଧରି ଏହି ଐତିହାସିକ ଯାତ୍ରା ସଫଳତାର ସହିତ ପୂରଣ କରିସାରିଛି ।

ଏହି ପଦ ମଣ୍ଡନ କରିବାରେ ପ୍ରଫେସର ଗୀତାଞ୍ଜଳୀ ଦାଶ ଓଡ଼ିଶାର ପ୍ରଥମ ମହିଳା । ଏହା ପୂର୍ବରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗୋଲ କିଶୋର ମିଶ୍ର ଓଡ଼ିଶା ରୁ ମନୋନୀତ ହୋଇଥିଲେ ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଏହା ଏକ ଗର୍ବର ବିଷୟ । ଏହି ସର୍ବୋଚ୍ଚ ପଦ ପାଇଁ ମନୋନୀତ ହେବା ପରେ ସମଗ୍ର ଓଡ଼ିଶାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ରାଜନୈତିକ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି । ପ୍ରଫେସର ଦାଶ ଏହି ପଦ ପାଇଁ ଭାରତୀୟ ରାଜନୀତି ପରିଷଦର ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ପରିଷଦର ଉନ୍ନତି ତଥା ରାଜନୀତି ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ପ୍ରମୁଖ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Share this story