ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ବାକାର୍ଡି ଇଣ୍ଡିଆ ତରଫରୁ ୨୫ ଲକ୍ଷ ଟଙ୍କା ସହାୟତା ରାଶିପ୍ରଦାନ
ଭୁବନେଶ୍ୱର: ଗତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ବାକାର୍ଡି ଇଣ୍ଡିଆ ତରଫରୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ଆଜି ରାଜ୍ୟ ସଚିବାଳୟଠାରେ ବାକାର୍ଡି ଇଣ୍ଡିଆ ପକ୍ଷରୁ ସରୋଜ କୁମାର ଦାଶ, କ୍ଲଷ୍ଟର ହେଡ଼୍, (ଓଡ଼ିଶା, ବିହାର, ଝାରଖଣ୍ଡ), ପ୍ରବୋଲ ଦତ୍ତା, ଜୋନାଲ ହେଡ୍, ବରୁଣ କୁମାର, ଷ୍ଟେଟ୍ ହେଡ୍ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହାୟତା ରାଶି ସ୍ୱରୂପ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତିି ।
ବାକାର୍ଡି ଇଣ୍ଡିଆ ତରଫରୁ କୁହାଯାଇଛି ଯେ, “ଓଡ଼ିଶାରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହୋଇଥିବା ଧନଜୀବନ ଏବଂ ସମ୍ପତ୍ତିର କ୍ଷୟକ୍ଷତି ଯୋଗୁ ଆମେ ଅତ୍ୟନ୍ତ ମର୍ମାହତ ଏବଂ ଏହି ଦୁଃଖ ସମୟରେ ଆମେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ସହାୟତା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିଛୁ । ପରିବାରର ଏବଂ ଧନଜୀବନର କ୍ଷୟ ସର୍ବଦା ଅପୂରଣୀୟ, ତଥାପି ଏହି ଦୁଃଖ ସମୟରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ନିମନ୍ତେ ଆମର ଏହି ୨୫ ଲକ୍ଷ ଟଙ୍କାର ସହାୟତା ଯୋଗଦାନକୁ ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ ।”