ପୁଣି ଆଉ ଏକ ଲଘୁଚାପ, ସୂଚନା ଦେଲା ପାଣିପାଗ ବିଭାଗ, ବାତ୍ୟା ନେଇ ପୂର୍ବାନୁମାନ!
 

Another low pressure to trigger rains in Odisha
ବାତ୍ୟା ନେଇ ପୂର୍ବାନୁମାନ!
 

ଓଡ଼ିଆ ଗସିପ୍ ବ୍ୟୁରୋ:ନଭେମ୍ବର ମାସରେ ବଙ୍ଗୋପସାଗରରେ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ସୂଚନା ଅନୁଯାୟୀ ଲଘୁଚାପ ଅବପାତରେ ପରିଣତ ହେବା ନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଗତ କିଛି ଦିନ ତଳେ ବାତ୍ୟା ମିଦ୍ଧିଲୀ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ପରେ ପୁଣି ଆଉ ଏକ ଲଘୁଚାପ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ 

ଆସନ୍ତା ୨୫ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୬ ତାରିଖ ବେଳକୁ ଆଣ୍ଡାମାନ ସାଗର ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗରରେ ୨୭ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ତୀବ୍ରତା ଓ ଗତିପଥ ଦେଖି ଜଣାଯିବ ଏହା କେଉଁ ଉପକୂଳ ମୁହାଁଇବ। ରାଜ୍ୟ ଉପରେ ପ୍ରଭାବ ପଡ଼ିବ ନା ନାହିଁ ତାହା ଆଗକୁ ଜଣାପଡିବ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ତେବେ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗୁଡ଼ିକ ଏବେଠାରୁ ଆକଳନ କଲେଣି ଯେ, ସାମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ।ହେଲେ ପାଣିପାଗ ବିଜ୍ଞାନ କେନ୍ଦ୍ର ବାତ୍ୟା ନେଇ ଏବେ କୌଣସି ଆକଳନ ହୋଇନଥିବା କହିଛି। ଅନ୍ୟପଟେ ଆସନ୍ତା ୨-୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ଏବଂ ଗୁରୁବାର ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story