ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ସମ୍ଭାବନା: ପ୍ରଭାବରେ ୧୯ ରୁ ୨୨ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା

another low depression will form in Bay of Bengal in next 24 hours

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୧୯ ରୁ ୨୨ ତାରିଖ ଯାଏଁ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆଜି ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର । ଅନ୍ୟ ୧୩ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ : ସୂର୍ଯ୍ୟ ଗୋଚର ୨୦୨୩ (Surya Gochar 2023): ଆଜି ରାଶିରେ ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଂଜାମ, ବୌଦ୍ଧ, ସୋନପୁର, ଅନୁଗୁଳ, ଦେଓଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

Share this story