"ସଂଘଠିତ ହିନ୍ଦୁ ଏବଂ ସମର୍ଥ ଭାରତ" ଗଢ଼ିବାରେ ମୂଳମନ୍ତ୍ର ଯୋଗାଇଲେ ହିନ୍ଦୁ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା...

Activists stressed building a Sanatani Hindu and supportive India at Hindu Sammelan

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, କେଶୁରା): ହିନ୍ଦୁ ସମ୍ମିଳନୀର ଗୋଟିଏ ଲକ୍ଷ୍ୟ ସଂଘଠିତ ହିନ୍ଦୁ ଏବଂ ସମର୍ଥ ଭାରତ ଗଢ଼ି ତୋଳିବା ଏବଂ ସମାଜରେ ହଜି ଯାଉଥିବା ସନାତନୀ ଧର୍ମକୁ ଘରେ ଘରେ ପହଞ୍ଚେଇବା । ଯାହାକୁ ଆଜି ଅକ୍ଷର ଅକ୍ଷର ରେ ପାଳନ କରିଛନ୍ତି ସମ୍ମିଳନୀରେ ମଞ୍ଚାସିନ ଥିବା ବହୁ ମହତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ।

ଏହି ଭବ୍ୟ ଆୟୋଜନ ଆଜି ଝାରପଡା ନଗର ସ୍ଥିତ କେଶୁରା ଶିବ ମନ୍ଦିର ରେ ହୋଇଅଛି । ଯେଉଁଥିରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଅଧ୍ଯକ୍ଷ,ବିଶ୍ବହିନ୍ଦୁ ପରିଷଦ, ଓଡିଶା କହିଥିଲେ "ହିନ୍ଦୁ ଜାଗରଣ ଦିଗକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ପାଇଁ ସମଗ୍ର ହିନ୍ଦୁ ସମାଜ ଦ୍ୱାରା ସନାତନ ସଂସ୍କୃତି, ସନାତନ ଧର୍ମ ଏବଂ ସମାଜର ଏକତାର ପ୍ରତୀକ ଏହି ସମ୍ମିଳନୀ" ।

ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନ୍ୟ ମୁଖ୍ୟ ଅତିଥି ମାନେ ହେଲେ ସନ୍ଥ ଅମୃତାନନ୍ଦ ଗିରି(ମୁଖ୍ୟ ଆଶ୍ରମ,ଉତ୍ତରାଖଣ୍ଡ), ଗୋ ସେବା ଦାୟିତ୍ବ, ସନ୍ଥ ବିଷ୍ଣୁ ଗିରି(କୋରଡକଣ୍ଟା ଅବଧୂତ ଆଶ୍ରମ), ସନାତନ ସନ୍ଥ ସମାଜର ମହାସଭା ଦାୟିତ୍ବ, ବ୍ରହ୍ମା କୁମାରୀ-ତପସ୍ବିନୀ, ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମ, ଅଲାରପୁର, ମୁଖ୍ଯ ବକ୍ତା ଭାବେ କୃଷ୍ଣଚନ୍ଦ୍ର ମିଶ୍ର, ଆଜୀବନ ପ୍ରଚାରକ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଭା.ମଜଦୂର ସଂଘ), ଉପଦେଷ୍ଟା ଭାବେ ଡକ୍ଟର ବିପିନ କୁମାର ମିଶ୍ର,ସମାଜସେବୀ, ହିନ୍ଦୁ ସମ୍ମିଳନୀ ସଞ୍ଚାଳନ ସମିତି, କେଶୁରା, ଅଧ୍ୟକ୍ଷତା କରିଥିଲେ ଶ୍ରୀଯୁକ୍ତ ତ୍ରିଲୋଚନ ରାୟ, ସଭାପତି, ହିନ୍ଦୁ ସମ୍ମିଳନୀ ସଞ୍ଚାଳନ ସମିତି, କେଶୁରା, ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ପରମାନନ୍ଦ ଜ୍ୟୋତିଷ , ସମ୍ପାଦକ, ହିନ୍ଦୁ ସମ୍ମିଳନୀ ସଞ୍ଚାଳନ ସମିତି,କେଶୁରା, କେଶୁରା ଗ୍ରାମ ମୁଖ୍ଯ-ଶ୍ରୀଯୁକ୍ତ ସୁଖଦେବ ସ୍ବାଇଁ, ଧନ୍ୟବାଦ ଅର୍ପଣ କରିଥିଲେ ଦେବଦତ୍ତ ମହାନ୍ତି, ସଂଯୋଜକ, ସାମାଜିକ ସମରସତା ମଞ୍ଚ, ଝାରପଡା ନଗର ।

ଆୟୋଜକଙ୍କ ସୂଚନା ଅନୁସାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ୧୯୨୫-୨୦୨୫ ପର୍ଯ୍ୟନ୍ତ ଶହେ ବର୍ଷ ପୂର୍ତ୍ତି ଅବସରରେ ଭାରତ ତଥା ଭାରତ ବାହାରେ ମଧ୍ଯ ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀ ପ୍ରାୟତଃ-ଏକଲକ୍ଷରୁ ଅଧିକ ସ୍ଥାନରେ (ସହରରେ ବସତି ଓ ବ୍ଲକ ଏରିଆରେ ପ୍ରତି ପଞ୍ଚାୟତ ସ୍ଥାନରେ) ଅନୁଷ୍ଠିତ ହେଉଅଛି ।

ଭୁବନେଶ୍ବର ମଧ୍ଯରେ ୧୪୭ ବସତିରେ ଏହି ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଗଲାଣୀ ।ଆଜିର ଏହି ହିନ୍ଦୁ ସମ୍ମିଳନୀ ଅଛି-ଝାରପଡା ବସତିର ୭ଟି ଉପବସତି ରୁ ୪ଟି ଉପବସତିକୁ ନେଇ ଅନୁଷ୍ଠିତ । ଗତ ଜାନୁଆରୀ ୨୫ତାରିଖରେ ଝାରପଡା ବସତିରୁ ୩ଟି ଉପବସତି କୁ ନେଇ ଝାରପଡା ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।

ଏରିଆ ଅନୁସାରେ ସମାଜ ମଧ୍ଯରୁ ବୁଦ୍ଧିଜିବୀ ଗୁଣିଜନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଏକ ୧୩ର ଜଣିଆ ସଞ୍ଚାଳନ ସମିତି ଗଠନ କରାଯାଇ ଆଜି ପରି ହିନ୍ଦୁ ସମ୍ମିଳନୀ ହେଉଅଛି । ବ୍ରହ୍ମା କୁମାରୀ ତପସ୍ବିନୀ ଭଉଣୀ-ଦେଶରେ ଶାନ୍ତି ଓ ସହୃଦୟତା ପ୍ରତିଷ୍ଠା ପାଇଁ ଆଜିପରି ହିନ୍ଦୁ ସମ୍ମିଳନୀର ବହୁତ ଆବଶ୍ୟକ ରହିଛି ବୋଲି ମତ ଦେଇଥିଲେ ।

Share this story