କାଳୀପୂଜା ଦେଖି ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୪ ଜୀବନ

road accident kills 4

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ପରିବାରଙ୍କ ପାଇଁ କାଳୀପୂଜା ମିନା ବଜାର ଥିଲା ଶେଷ ଦର୍ଶନ । କାହିଁକି ନା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏକ ପରିବାର କାଳୀପୂଜା ମିନା ବଜାର ବୁଲିବାକୁ ପିପିଳିଆରୁ କେନ୍ଦୁଝର କାରରେ ଆସୁଥିଲେ । ଏହି ସମୟରେ ସମ୍ମୁଖରୁ ଏକ ଟ୍ରକ କାରକୁ ଧକ୍କା ଦେଇଥିଲା ।

ଏହି ଧକ୍କାରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this story