ଘର ବାହୁଡା ହେଲା ସ୍ବପ୍ନ; ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୪ ନିରୀହ ଜୀବନ...

Tragic road accident at Khordha takes four lives on spot

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଶାରେ କାଳ ସାଜିଛି ସଡକ ଦୁର୍ଘଟଣା କାହିଁକି ନା ଦିନକୁ ଦିନ ଚାଲିଯାଉଛି ଅନେକ ନିରୀହ ଜୀବନ । ସରକାର ସଡକ ଦୁର୍ଘଟଣା ରୋକିବା ପାଇଁ ବହୁ ପନ୍ଥା ଆପଣାଉଛନ୍ତି ହେଲେ କୌଣସି ନା କୌଣସି କାରଣରୁ ଦୁର୍ଘଟଣା ଘଟି ଚାଲିଛି ।

ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କିଛି ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ ପୂର୍ବରୁ ଏହିପରି ଅନେକ ସଡକ ଦୁର୍ଘଟଣା ମାମଲା ନଜର ଆସିଥିବା ବେଳେ ବର୍ତ୍ତମାନ ସେହିଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଏହି ଦୁର୍ଘଟଣାଟି ଘଟିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡିଶା ସଚିବାଳୟ ଭିତରକୁ ଧସେଇ ପଶିଲେ ମହିଳା, କହିଲେ ମୋ ଝିଅକୁ ନ୍ୟାୟ ଦରକାର, ଦେଖନ୍ତୁ ଭିଡ଼ିଓ...

ଖବର ଅନୁଯାୟୀ, ଏନ୍ଏଚ୍-୧୬ରେ ଛିଡା ହୋଇଥିବା ଏକ ଟ୍ରକକୁ ଗୋଟିଏ କାର୍ ଧକ୍କା ଦେଇଛି । ଫଳରେ କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ସେହି କାରରେ ୨ ଜଣ ପୁରୁଷ ଏବଂ ୨ ଜଣ ମହିଳାଥିବା ଜଣା ପଡିଛି ।

କାର୍ ଟି ଆନ୍ଧ୍ର ଆଡୁ ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ତେବେ ଏହି କାର୍ ରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ବର୍ତ୍ତମାନ ମିଳିପାରି ନଥିବା ବେଳେ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ଏଥିସହିତ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Share this story