ବଡ ଖବର: ଭୁବନେଶ୍ୱର ରାଜ୍ୟପାଳଙ୍କ ରାଜଭବନରୁ ୩ ଚନ୍ଦନ ଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

Here Governors house is not safe

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଅସୁରକ୍ଷିତ ରାଜଧାନୀ । କାରଣ ଏଠି ସାଧାରଣ ଲୋକଙ୍କ କଥା ତ ଛାଡ ନିଜେ ମହାମହିମ ରାଜ୍ୟପାଳଙ୍କ ବାସଭବନ ବି ସୁରକ୍ଷିତ ନାହିଁ । ଯେଉଁଠି ମାଳମାଳ ସୁରକ୍ଷା କର୍ମୀ 24 ଘଣ୍ଟା ପହରା ଦେଉଛନ୍ତି ।

ଆମେ ଏଠି କହିବାର ମାନେ ହେଉଛି ଯେ ଆଜି ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି ।

ଚନ୍ଦନ ଗଛ ଚୋରି ହେବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି ।

governors house

କିଏ କେବେ ଓ କାହିଁକି ଏଭଳି ଅପରାଧ ଘଟାଇଲା ସେନେଇ ପୋଲିସ ତନାଘନା ଚଳାଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ପୋଲିସ କାବୁ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

Share this story