ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପିକନିକ ବସ୍‌ : ୨ ମୃତ, ୩୦ରୁ ଅଧିକ ଆହତ

Picnic bus in Odisha met an accident after sliding from bridge

ଓଡ଼ିଆ ଗସିପ ବ୍ୟୁରୋ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍‌ ବ୍ରିଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାବାଦ ବସ୍‌ରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ହଠାତ୍‌ ପୋଲ ତଳକୁ ଖସି ପଡିଥିଲା ।

ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜି ଏହି ୩ ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୬ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

ସୂଚନା ଯୋଗ୍ୟ ଯେ, ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଢେଙ୍କାନାଳରୁ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିଲା । ବସ୍‌ଟି ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଥିଲା ।

ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ମୃତ ଦୁଇ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ । ସେମାନଙ୍କ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁରରେ । ସମସ୍ତେ ହରିଶଙ୍କରରୁ ପିକିନିକ ସାରି ଫେରୁଥିଲେ ।

Share this story