ବାପାଙ୍କ ପରେ ଏବେ ପୁଅ; ଚାହୁଁ ଚାହୁଁ ଅଭିନେତା ମିହିର ଦାସଙ୍କ ସାନ ପୁଅଙ୍କ ଚାଲିଗଲା ଜୀବନ...

Late actor Mihir Das son Aklant Das passes away

ଓଡ଼ିଆ ଗସିପ ବ୍ୟୁରୋ: ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା । ମାସେ ହେଲୋ ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ।

ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ଆଜି କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।

ବର୍ଷକ ପୂର୍ବେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା । ମିହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ । ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ବହୁତ ଡିପ୍ରେସନରେ ଥିଲେ ବୋଲି ଜଣାପଡ଼ିଛି ।

Share this story