ରାଜଧାନୀରେ ଚାଞ୍ଚଲ୍ୟ: ମହିଳା ବାନ୍ଧବୀଙ୍କ ଆଗରେ ବିଷ ପିଇ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର, ଆଉ ତା'ପରେ ଯୁବତୀ ଜଣକ କଲେ କିଛି ଏପରି...

engineering student died

ଓଡ଼ିଆ ଗସିପ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଯାହା ସାଧାରଣ ଲୋକଙ୍କ ମନରେ ବହୁତ ପ୍ରଶ୍ନ ଉଠାଇଛି ଏହି ମୃତ୍ୟୁ କୁ ନେଇ । ସମସ୍ତେ ପ୍ରେମ ବ୍ୟାପାର କୁ ନେଇ ମୃତ୍ୟୁ ହୋଇଥିବା ସଂଦେହ କରୁଛନ୍ତି । କାହିଁକି ନା ବିଷ ପିଇଥିବା ଯୁବକକୁ ହସ୍ପିଟାଲରେ ଛାଡି ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି ।

ଆଉ ଡାକ୍ତରଖାନାରେ ଯୁବକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଖୋର୍ଦ୍ଧା ଥାନା ବାଣପୁର ଅଞ୍ଚଳର ଯୁବକ ରତିକାନ୍ତ ଦାସ ରାଜଧାନୀରେ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ ।

ଆଜି ସକାଳେ ରତିକାନ୍ତଙ୍କ ଜଣେ ବାନ୍ଧବୀ ତାଙ୍କ ସାନ ଭାଇଙ୍କୁ ଫୋନ୍ କରି ଜଣାଇଲେ ରତିକାନ୍ତ ବିଷ ପିଇ ଦେଇଛନ୍ତି ଏବଂ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି । ଆଉ ତାଙ୍କ ଅବସ୍ଥା ଗୁରୁତର ଅଛି ।

ପରିବାର ଲୋକେ ଡାକ୍ତରଖାନାରେ ପହଁଚିବା ବେଳକୁ ରତିକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ତାଙ୍କ ବାନ୍ଧବୀ ସେଠାରେ ନଥିଲେ ।

ରତିକାନ୍ତଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ରତିକାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ମହିଳା ବାନ୍ଧବୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ ।

Share this story