ଦେଖନ୍ତୁ ଭିଡ଼ିଓ: ଶବସତ୍କାରରେ ଡିଜେ ବାଜିଲା ଆଉ ଲୋକେ ନାଚିଲେ, ଓଡ଼ିଶାରେ ଘଟିଛି ଏହି ଅଜବ ଘଟଣା...

DJ music played and people danced while taking dead body for mortal

ଓଡ଼ିଆ ଗସିପ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଏକ ଶବଯାତ୍ରାରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା । ୧୧୫ ବର୍ଷ ବୟସରେ ବୃଦ୍ଧା ଜଣକ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପରଲୋକରେ ପରିବାର ଓ ବନ୍ଧୁବାନ୍ଧବ ଦୁଃଖ କରିଥିଲେ ହେଁ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସମ୍ମାନରେ ଏହି ନିଆରା ଶେଷଯାତ୍ରା ଆୟୋଜନ କରିଥିଲେ ।

ସେମାନେ ତାଙ୍କ ଶବଯାତ୍ରାରେ ଭିନ୍ନ ଢଙ୍ଗରେ ଗାଡ଼ିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ବାର୍ଦ୍ଧକ୍ୟ କାରଣରୁ ଶ୍ରୀମତୀ ସୁରିନ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ ।

ପଞ୍ଚରା ବସ୍ତିପଡ଼ାରେ ଶବକୁ ଉଚିତ ସମ୍ମାନ ମିଳିଛି । ଜଣେ ବ୍ୟକ୍ତିଙ୍କ ପରଲୋକରେ ପରିବାର ଲୋକେ ଓ ପାଖପଡୋଶୀ ଶୋକାକୁଳରେ ବୁଡ଼ିଯାଉଥିବା ବେଳେ ପଞ୍ଚରା ବସ୍ତିପଡ଼ାରେ ଆନନ୍ଦର ଲହରୀ ଖେଳିଯାଇଛି । ସ୍ଥାନୀୟ ଲୋକେ ମନ ଦୁଃଖ ନ କରି ମୃତଦେହକୁ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଉତ୍ସାହର ସହିତ ଏକ ଯାତ୍ରା ବାହାର କରିଛନ୍ତି ।

ଏହି ଘଟଣା ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଘଟିଥିବା ବେଳେ ଶବ ଶୋଭାଯାତ୍ରାକୁ ନେଇ ଏହି ଭିନ୍ନ ପରମ୍ପରା ଅନ୍ୟଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଗର୍ଲଫ୍ରେଣ୍ଡ୍‌ ପାଇଁ ଭୁବନେଶ୍ୱର ପାର୍କରେ ହାଇଡ୍ରାମା ! ପିଟିଲେ, ରାସ୍ତା ଉପରେ ଛାତ୍ରଙ୍କୁ ଆଣ୍ଠେଇ ଧମକ ଦେଲେ ଦ୍ୱିତୀୟ ପ୍ରେମିକ...

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଏକା ଥିବାବେଳେ ଝିଅମାନେ ରାତିରେ ନିଜ ମୋବାଇଲରେ କଣ ଅଧିକ ସର୍ଚ୍ଚ କରନ୍ତି; ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

କାହିଁକି ନା ଯଦି କାହାର ମୃତ୍ୟୁ ହୁଏ ତେବେ ସେହି ବ୍ୟକ୍ତିଙ୍କୁ ଶୋକାକୋଳ ପରିସ୍ଥିତି ଭିତରେ ମଶାଣୀକୁ ନେଇଯାନ୍ତି ହେଲେ ନାଚି କୁଦି ଶବ ନେବା କେତେ ପୁଣ୍ୟ ତାହା ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଘର ହେଉ ବା ସାହି ଭାଇରେ ଜଣେ କିଏ ଆରପାରିକୁ ଚାଲିଗଲେ, ଶୋକର ପରିବେଶ ଖେଳିଯାଏ । କାନ୍ଦବୋବାଳିରେ ଗାଁ ଦାଣ୍ତ ଫାଟି ପଡ଼େ । ଶବସତ୍କାର ବେଳେ ଦୁଃଖରେ ମ୍ରିୟମାଣ ହୋଇପଡ଼ନ୍ତି ସଭିଏଁ । କିନ୍ତୁ ଶବସତ୍କାର ବେଳେ ଲୋକେ ଖୁସି ହେବାର କଥାଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ । ହେଲେ ବି ସତ । ହଁ ଆଜ୍ଞା ପୁଣି କହି ରଖୁଛୁ ଏଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାରେ । ଯେଉଁଠି ଶବସତ୍କାରରେ ଲୋକେ ଡିଜେ ବଜାଇ ନାଚି ନାଚି ମଶାଣିକୁ ଯାଉଛନ୍ତି ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା । ତାକୁ ନେଇ ଏବେ ଯୋର୍ ଚର୍ଚ୍ଚା ବି ହେଉଛି ।

ତେବେ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସାହିଭାଇ ଶୋକ ତ୍ୟାଗ କରି ତାଙ୍କୁ ତାଙ୍କ ଅନ୍ତିମ ଶବ ଶୋଭାଯାତ୍ରାରେ ନେଇଛନ୍ତି । ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିବା ଘଟଣା ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ ।

Share this story