ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ:ବାପା-ମା ମୃତ୍ୟୁ, ୪ ବର୍ଷର ପୁଅ ଗୁରୁତର
 

4year child injured as his parents dead in accident in jagatpur of cuttack districr
ମାଡ଼ିଗଲା ଟ୍ରକ:ବାପା-ମା ମୃତ୍ୟୁ, ୪ ବର୍ଷର ପୁଅ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ-ଚାନ୍ଦବାଲି ରାସ୍ତାର ନୃସିଂହବଜାର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍‌ ଆରୋହୀ ଦଂପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା-ମାଙ୍କ ମୃତ୍ୟୁ ହୋଇଛି। 

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ନୃସିଂହବଜାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବାଇକ୍‌ ଆରୋହୀ ହେଲେ ଅନିରୁଦ୍ଧ ଜେନା (୪୦) ଓ ତାଙ୍କର ସ୍ତ୍ରୀ ରିତାଲି ଜେନା (୩୫)। ସେମାନଙ୍କର ଆହତ ପୁଅର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମର ଅନିରୁଦ୍ଧ ଜେନା ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ ଆଜି ସକାଳୁ ବାଇକ୍‌ରେ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳରେ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ନୃସିଂହବଜାର ଠାରେ ତାଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇଥିଲା। 

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ଫଳରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମୃତ ଘଟି ଥିବା ବେଳେ ଆହତ ଶିଶୁପୁତ୍ରକୁ ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ଥିବା ସୂଚନା ମିଳିଛି। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story