ମଦ ନିଶାରେ ବେପରୁଆ ବାପା-ମା ', ରାସ୍ତାରେ ଖସିପଡ଼ିଲା ୪ ମାସର ଶିଶୁ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି , ୨୭/୯/୨୦୨୫) : ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାରେ ମଦ ନିଶାରେ ଚୁର ସ୍ବାମୀ ସ୍ତ୍ରୀଙ୍କ ବେପରୁଆ ଯୋଗୁଁ ରାସ୍ତାରେ ଖସିପଡ଼ିଲା ୪ ମାସର କଅଁଳା ଛୁଆ କିନ୍ତୁ ପିଲା ଖସିପଡ଼ିବା କଥା ୪୦୦ ମିଟର ଯାଏ ଜାଣିପାରିଲେନି ବାପା, ମା’ । ବାଟୋଇଙ୍କଠାରୁ ସୂଚନା ପାଇ ପିଲାଙ୍କୁ ବଞ୍ଚାଇଲା ପୁଲିସ ।
ମହାରାଷ୍ଟ୍ରର ଏ ଘଟଣା ପରା ମାନବିକତାକୁ ଖିନ୍ଭିନ୍ କରିଦେବା ଭଳି ଘଟଣା । ପିଲା କୋଳରୁ ଖସିପଡ଼ୁଛି । ହେଲେ ବାପା, ମା’ ଜାଣିପାରୁନାହାନ୍ତି କାରଣ ବାପା, ମା’ ମଦ ନିଶାରେ ଥିଲେ । ବାକ୍ ଚଳାଇ ଗଲାବେଳେ ପିଲାଟି ମା’ କୋଳରୁ ରାସ୍ତା ଉପରେ ଖସିପଡ଼ିଲା । ସବୁଠାରୁ କ୍ଷୋଭର ବିଷୟ ହେଲା ପିଲା ଗଳିପଡ଼ିବା କଥା ମା’ ଜାଣିପାରିଲାନି । ଯଦି ଠିକ୍ ସମୟରେ ପୁଲିସ ପିଲାଟିକୁ ରାକ୍ଷା ନକରିଥାନ୍ତା ତାହେଲେ କୌଣସି ଗାଡ଼ି ଚକା ତଳେ କଅଁଳା ଶିଶୁର ଜୀବନ ଚାଲିଯାଇଥାନ୍ତା ।
ଏଘଟଣା ବୁଧବାର ରାତିର । ପୁଲିସର କହିବା ଅନୁସାରେ, ଫୁଲଚନ୍ଦ ରାଉତ ଏବଂ ପତନୀ ମୀରା ରାଉତ ନିଜର ୪ ମାସର ପୁଅ ଏବଂ ଅଢ଼େଇ ବର୍ଷର ଝିଅକୁ ସାଙ୍ଗରେ ଧରି ବାକରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ବାଇକରେ ନାନ୍ଦାରୁ ଚିମୁର ଯାଉଥିବାବେଳେ, ନାଗପୁରଠାରେ କୁନି ପୁଅ ତାଙ୍କ ହାତରୁ ଖସିପଡ଼ିଲା । ହେଲେଳ ସେମାନେ ଜାଣିପାରିଲେ ନାହିଁ। କାରଣ ସେମାନେ ନିଶାରେ ବୁଡ଼ିଥିଲେ । ବାଇକ ୪ ୦୦ ମିଟର ଆଗକୁ ଗଡ଼ିଯାଇଥିଲା । ତଥାପି ପୁଅ ଖସିପଡ଼ିବା କଥା ଦୁଇ ଜଣଙ୍କ ଭିତରୁ କେହି ବି ଜାଣିପାରିଲେ ନାହିଁ ।
ଏନେଇ ଯାତ୍ରୀମାନେ ପୁଲିସକୁ ଖବର ଦବା ପରେ କୁନି ପୁଅର ଜୀବନ ବଞ୍ଚିଲା । ପୁଲିସ କୁନି ପୁଅକୁ ନେଇ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇଥିଲେ , ସେଠାରେ ପିଲାଟିର ଚିକିତ୍ସା ହୋଇଥିଲା। ଏହାପରେ ଆହତ ଦମ୍ପତ୍ତିଙ୍କ ସହ କୁନି ଝିଅକୁ ବି ହସ୍ପିଟାଲରେ ପହଞ୍ଚାଇଥିଲା ପୁଲିସ । ଯାଞ୍ଚରୁ ଜଣାପଡ଼ିଲା ଖସିପଡ଼ିଥିବା ଶିଶୁ ପୁତ୍ର ଏଇଈ ଆହତ ବାପା, ମା’ଙ୍କର । ପୁଲିସର କହିବା କଥା, ଫୁଲନ୍ଦ ରାଉତ ଓ ମୀରା ରାଉତଙ୍କର ୮ଟି ପିଲା ।
ଦୁହେଁ ନିଶାରେ ଚୁର ଥିବା ଅବସ୍ଥାରେ ପୁଅ ଝିଅଙ୍କୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ବାଟରେ ତାଙ୍କ କୁନି ପୁଅ ଯେ କେତେବେଳେ ଖସିପଡ଼ିଲାନି ଏକଥା ନିଶାସକ୍ତ ମା’କୁ ଜଣାପଡ଼ିଲାନି । ଏହି ବାପା, ମା’ଙ୍କ ବିରୋଧରେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ୍ ମାମଲା ଦାଏର ହୋଇଛି । ଏ ଘଟଣା ପୁଣି ଥରେ କହୁଛି ମଦ ପିଇ ଗାଡ଼ି ଚଳାଇଲେ କେବଳ ଆଇନ ଉଲଂଘନ ହୁଏନି ବରଂ ନିଜ ସହ ପିଲାଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ ।
ଆଉ ଗୋଟେ ପଟେ ଏ ଘଟଣା ପୁରା ସମାଜକୁ ପ୍ରଶ୍ନ କରୁଛି , ସତରେ କ’ଣ ଧୀରେ ବାପା, ମା’ଙ୍କ ସଂଜ୍ଞା ବଦଳିଯାଉଛି। ଏଠି ନିଶାରେ ପିଲା ଗଳିପଡ଼ୁଛି ବାପା, ମା’ ଜାଣିପାରୁ ନାହାନ୍ତି । ଆଉ କେଉଁଠି ନିଜ ଭିତରେ କଳି କରି ପିଲାକୁ ଛାଡ଼ି ପଳାଉଛନ୍ତି ଆଉ କେଉଁଠି କୁନି କୁନି ପିଲାଙ୍କୁ ଛାଡ଼ି ମା’ ଆଉ କାହା ସହ ଚାଲିଯାଉଛି । ଯଦି ନିଜେ ଏମିତି ବିଶୃଙ୍ଖଳିତ ଜୀବନ ବଞ୍ଚିବାକୁ ଇଚ୍ଛା ତାହେଲେ ପିଲାଙ୍କୁ ଏ ସଂସାରକୁ ଆଣିବା କଥା ଚିନ୍ତା କରୁଛନ୍ତି କାହିଁକି?
.png)