ମର୍ମନ୍ତୁଦ ଦୁର୍ଘଟଣା, ବୋଲେରୋ ଗଛରେ ପିଟି ହୋଇ ୩ ମୃତ, ୪ ଗୁରୁତର!
 

3 Killed 4 Critically Injured As Car Crashes Against Roadside Tree In Odishas Kendrapara
ବୋଲେରୋରେ ୫ ଯାତ୍ରା କଳାକାରଙ୍କ ସମେତ ଥିଲେ ୭ ଜଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପିଟିହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ୪ ଗୁରୁତର ହୋଇଛନ୍ତି।

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ସୂଚନା ଅନୁସାରେ, ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି ୫ ଜଣ କଳାକାରଙ୍କ ସମେତ ୭ ଜଣ ଉକ୍ତ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ । ଭୋରରେ ଭାରସାମ୍ୟ ହରାଇ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟ ଗଛରେ ପିଟି ହୋଇଯାଇଥିଲା ।

ଆଧିକ ପଢନ୍ତୁ :ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଧାର କରଜ କରିବାରୁ ରକ୍ଷା ପାଇବେ! ପଢନ୍ତୁ ଆଜିର ରାଶିଫଳ 

ଏହି ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେବା ସହ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଏବେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story