ଭୟଙ୍କର ଦୁର୍ଘଟଣା, ଘାଟି ତଳକୁ କାର ଖସି ଶ୍ବଶୁର,ପୁଅ, ଓ ନାତି ମୃତ, ବୋହୂ ଗୁରୁତର
 

3 killed 1 Injured After Car Falls Off Koraput Ghat
ଘାଟି ତଳକୁ କାର ଖସି ଶ୍ବଶୁର,ପୁଅ, ଓ ନାତି ମୃତ, ବୋହୂ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୫୦ ଫୁଟ ତଳକୁ ଖସିଲା ଏକ କାର। ଉକ୍ତ କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲେ ୪ ଜଣ । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ମହିଳାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି । 

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମନ ଅସ୍ତିରତା ଓ କର୍ମ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହେବ! ପଢନ୍ତୁ ଆଜିର ରାଶିଫଳ 

ଛତିଶଗଡ଼ର ରାୟପୁର ଅଞ୍ଚଳରୁ ଦୁଇ ପରିବାର ଦୁଇଟି କାର ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏପରି ଏକ ଭୟାନକ ଦୁର୍ଘଟଣା ଘଟିଛି। ତେବେ ପ୍ରଥମ କାରଟି ଶୁଙ୍କୀ ଘାଟି ପାର ହୋଇ ଆନ୍ଧ୍ର ଅଭିମୁଖେ ଚାଲିଯାଇଥିବା ବେଳେ ଦ୍ଵିତୀୟ କାରରେ ଥିବା ପରିବାର ଲୋକେ ରାୟପୁରରେ ରହୁଥିବା ସେମାନଙ୍କ ଅନ୍ୟ ପରିବାର ସହିତ ଯୋଗାଯୋଗରେ ରହୁଥିଲେ। ତେବେ ରାତ୍ର ପ୍ରାୟ ୯ ଟା ଯାଏଁ ସେମାନେ ଯୋଗାଯୋଗରେ ଥିଲେ। କିନ୍ତୁ ପରେ ସେମାନଙ୍କ ଫୋନ୍ ଲାଗି ନ ଥିଲା। 

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

ଫୋନ ଯୋଗାଯୋଗ ନ ହେବାରୁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ପରିବାରର ଅନ୍ୟ ସଦସ୍ୟମାନେ। ଶେଷରେ ସୀମାନ୍ତ ସୁଙ୍କୀ ଥାନାର ନମ୍ବର ଯୋଗାଡ କରି ଫୋନ୍ ମାଧ୍ୟମରେ ଜଣାଇଥିଲେ। ପ୍ରଥମେ ସୀମାନ୍ତ ଶୁଂକି ପୋଲିସ ଏବଂ ପରେ ପଟାଙ୍ଗୀ ପୋଲିସ ମିଳିତ ଭାବରେ ଖୋଜା ଖୋଜି କରିଥିଲେ ମଧ୍ୟ ଦ୍ବିତୀୟ କାର ଟିର ସନ୍ଧାନ ପାଇ ନ ଥିଲେ। ଆଜି ସକାଳୁ ସୁଂକି ଘାଟିର ଯୋଡ଼ିମାଦିଲି ନିକଟରେ ଘାଟି ତଳକୁ କାର ଖସି ପଡିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତେବେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି।

କାରରେ ଶ୍ବଶୁର,ପୁଅ, ବୋହୂ ଓ ନାତି ଯାଉଥିଲେ। ବୋହୂ ଗୁରୁତର ରହିଥିବାବେଳେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ପରିବାର ଲୋକେ ପଟାଙ୍ଗୀରେ ଆସି ପହଂଚିଛନ୍ତି। ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ରାୟପୁର କୁ ନେବା ନେଇ ସୂଚନା ମିଳିଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story