ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ; ଚାଲିଗଲା ୩ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
 

3 dead 25 injured in firecracker explode during Chandan Yatra in Puri
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବହନ କରିବ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ରୀକ୍ଷେତ୍ର ଭଉଁରି ଯାତରେ ବୁଧବାର ଘଟିଛି ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ଫୁଟି ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଥିବା ବେଳେ ୩୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ଓ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଶିଶୁ ବି ରହିଛନ୍ତି। ଅଧିକାଂଶଙ୍କ ଶରୀର ୭୦ରୁ ୮୦ ପ୍ରତିଶତ ପୋଡ଼ି ଯାଇଛି।

ସୂଚନା ଅନୁଯାୟୀ,ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଚାଲିଛି। ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଥା’ନ୍ତି। ଏହି ଚାପ ବେଳେ ଆଗରୁ କାଁଭାଁ ବାଣ ଫୁଟିଥାଏ। ଗତକାଲି ଚନ୍ଦନଯାତ୍ରାର ୨୦ତମ ଦିବସରେ ଥିଲା ଭଉଁରୀ ଯାତ। ରାତି ପ୍ରାୟ ସାଢ଼େ ୧୦ଟା ୪୫ରୁ ୧୧ଟା ମଧ୍ୟରେ ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପଖେଳ ଦେଖୁଥିଲେ।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

ଏହି ସମୟରେ ଦେବୀଘାଟ ପଟେ ହଠାତ ଭୟଙ୍କର ଭାବେ ବାଣ ଫୁଟିଥିଲା। ଏତେ ସଂଖ୍ୟାରେ ବାଣ ଗୋଟିଏ ଜାଗାରେ ଫୁଟିଥିଲା ଯେ ନିଆଁପିଣ୍ଡୁଳା ଭଳି ଝୁଲ ବହୁ ଉଚ୍ଚକୁ ଉଠିଥିଲା। ଏଥିରେ ଠାକୁରଙ୍କ ଚାପ ଦେଖୁଥିବା ଭକ୍ତମାନେ ପୋଡ଼ି ହୋଇଯାଇଥିଲେ। ଜୀବନ ବଞ୍ଚାଇବାକୁ କେତେଜଣ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁ ପଡ଼ିଥିଲେ। ଆହତଙ୍କ ଶରୀର ଏମିତି ପୋଡ଼ି ଯାଇଥିଲା ଯେ ଦେଖିବା ବି କଷ୍ଟକର। 

ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ‌‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଙ୍କ ଅବସ୍ଥା ଏପରି ଥିଲା ଯେ ସେମାନଙ୍କୁ ତୁରନ୍ତ କଟକ ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ମେଡିକାଲ ପହଞ୍ଚିବା ପୂର୍ବରୁ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : କୌଣସି କଥାକୁ ନେଇ ଚିନ୍ତାରେ ରହିବା ସହ ଏହି ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ଗତକାଲି ରାତିରେ କଟକ ବଡ଼ ମେଡିକାଲ୍‌ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆହତମାନଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ କଟକ ଏସସିବି, ଭୁବନେଶ୍ବର ସମ୍‌, ସମ୍‌ ଅଲ୍ଟିମେଟ, ଏମସ୍‌, ହାଇଟେକ ହସ୍ପିଟାଲରେ ମଧ୍ୟ କିଛି ଗୁରୁତର ଆହତ ଚିକିିତ୍ସିତ ହେଉଛନ୍ତି। ସମସ୍ତଙ୍କୁ ମାଗଣା ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।


ସେପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!

 

Share this story