ଓଡ଼ିଶାରେ ଏକକାଳୀନ ଉଦ୍ଧାର ହେଲେ ୨୬ଟି ନାଗ ସାପ, ଜଣେ ମହିଳାଙ୍କ ସମେତ ୩ ଜଣ ଗିରଫ

26 cobras rescued 3 including woman arrested in Odisha Balasore
ଓଡ଼ିଶାରେ ଏକକାଳୀନ ଉଦ୍ଧାର ହେଲେ ୨୬ଟି ନାଗ ସାପ, ଜଣେ ମହିଳାଙ୍କ ସମେତ ୩ ଜଣ ଗିରଫ

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ ।  ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଚଢ଼ାଉ କରଯାଇ୨୬ଟି ନାଗ ସାପ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରିଥିଲୁ।

ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି। ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରୁ ଆହୁରି ବହୁ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି।

Share this story